Advertisment

ଶାଶୁ ଶ୍ୱଶୁରଙ୍କୁ ଛୁରୀ ଭୁଷିଲା ଜ୍ୱାଇଁ, ସ୍ତ୍ରୀ ଉପରେ ସନ୍ଦେହ

ଖଲ୍ଲିକୋଟ: ଜଣେ ପରପୁରୁଷ ସହ ସ୍ତ୍ରୀ ସମ୍ପର୍କ ରଖିଥିବା ସନ୍ଦେହ କରି ଅଜବ କାଣ୍ଡ ଘଟାଇଛି ସ୍ୱାମୀ।  ପତ୍ନୀଙ୍କ ରାଗ ସ୍ୱାମୀ ଜଣଙ୍କ ନିଜ ଶାଶୁ ଓ ଶ୍ୱଶୁରଙ୍କ ଉପରେ ଶୁଝାଇଛି। ଜ୍ୱାଇଁର ଛୁରା ମାଡ଼ରେ ଶାଶୁ ଶ୍ୱଶୁର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ କଳିଯୁଗର ଜଣେ ସତ୍ୟବାନଙ୍କ ଏପରି କାଣ୍ଡ ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭେଜିପୁଟ […]

ଅଦ୍ୟତନ ହୋଇଛି
ଶାଶୁ ଶ୍ୱଶୁରଙ୍କୁ ଛୁରୀ ଭୁଷିଲା ଜ୍ୱାଇଁ, ସ୍ତ୍ରୀ ଉପରେ ସନ୍ଦେହ

attack

Advertisment

ଖଲ୍ଲିକୋଟ: ଜଣେ ପରପୁରୁଷ ସହ ସ୍ତ୍ରୀ ସମ୍ପର୍କ ରଖିଥିବା ସନ୍ଦେହ କରି ଅଜବ କାଣ୍ଡ ଘଟାଇଛି ସ୍ୱାମୀ।  ପତ୍ନୀଙ୍କ ରାଗ ସ୍ୱାମୀ ଜଣଙ୍କ ନିଜ ଶାଶୁ ଓ ଶ୍ୱଶୁରଙ୍କ ଉପରେ ଶୁଝାଇଛି। ଜ୍ୱାଇଁର ଛୁରା ମାଡ଼ରେ ଶାଶୁ ଶ୍ୱଶୁର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟାରେ କଳିଯୁଗର ଜଣେ ସତ୍ୟବାନଙ୍କ ଏପରି କାଣ୍ଡ ଖଲ୍ଲିକୋଟ ଥାନା ଭେଜିପୁଟ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଭେଜିପୁଟ ଗାଁର ପଙ୍କଜ ସାହୁଙ୍କ ଝିଅ ନମିତା ପ୍ରାୟ ୧୧ ମାସ ତଳେ କୁନା ପାଳଙ୍କୁ ବିବାହ କରିଥିଲେ। ଏବେ ନମିତା ଗର୍ଭବତୀ ମଧ୍ୟ ରହିଛନ୍ତି। ବାହାଘର ପରେ ସବୁ କିଛି ଠିକ୍‌ ଠାକ ଛାଲିଥିଲା। ହେଲେ କିଛି ମାସ ତଳେ ନମିତାଙ୍କ ସମ୍ପର୍କ ଆଉ ଜଣେ ଯୁବକଙ୍କ ସହ ରହିଥିବା କୁନା ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହାର ବଦଲା ନେବାକୁ ଆଜି ପଙ୍କଜଙ୍କ ଘରେ ପଶିଥିଲେ କୁନା ପାଳ।

ସେ ନମିତାଙ୍କୁ ଛୁରୀରେ ଆକ୍ରମଣ କରିବା ବେଳେ ଶାଶୁ ଓ ଶ୍ୱଶୁର ଅଟକାଇ ଥିଲେ। ହେଲେ କୁନା କିଛି ନ ଶୁଣି ସେମାନଙ୍କୁ ଛୁରା ମାଡ଼ କରିଥିଲେ। ଏଥିରେ ଉଭୟ ଗୁରୁତର ହୋଇଛନ୍ତି। ଏହି ଆକ୍ରମଣ ଖବର ପଡ଼ୋଶୀମାନେ ଜାଣିବା ପରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁନା ପାଳଙ୍କୁ କାବୁ କରିଥିଲେ। ତାଙ୍କୁ ଗାଁ ଲୋକମାନେ ପ୍ରବଳ ମାଡ଼ ପରେ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି। ସେପଟ ଗୁରୁତର ଶାଶୁ ଶ୍ୱଶୁରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

Advertisment

କୁନା ସହ ତାଙ୍କର ଜଣେ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପୁଲିସ୍‌ ଉଭୟଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏଥିସହ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି।

ପୁଲିସ୍‌ ଦ୍ୱାରା ଅଟକ ଥିବା କୁନା କହିଛନ୍ତି, “ମୋ ସ୍ତ୍ରୀ ମୋତେ ଛାଡ଼ିକି ପଳେଇ ଆସିଛି। ସେ ଆଉ ଗୋଟିଏ ପିଲା ସହ ସମ୍ପର୍କ ରଖିଛି। ସେ ପିଲା ମୋତେ ବ୍ଲାକମେଲ କରୁଥିଲା। ମୋ ବାହାଘରକୁ ୧୧ ମାସ ହେଲାଣି। ମୁଁ ଦେଢ଼ ମାସ ତଳେ ଥାନାରେ ଏନେଇ ଅଭିଯୋଗ କରିଥିଲି। ଏହି ସମୟରେ ସରପଞ୍ଚ ଓ ଅନ୍ୟମାନେ ଆସି ମାମଲାର ସମାଧାନ କରିଥିଲେ।

ହେଲେ ୩ ଦିନ ତଳେ ସେ ଝିଅ ମୋତେ କିଛି ଫଟୋ ପଠାଇଥିଲା। ଗୋଟିଏ ପୁଅ ସହ ତା’ର ସମ୍ପର୍କ ଥିବାରୁ ତା’ ସହ କଥା ନ ହେବାକୁ ମନା କରିଥିଲା। ସେକଥା ବୁଝିବାକୁ ମୁଁ ଆଜି ତା’ ପାଖକୁ ଯାଇଥିଲି।” ତେବେ ଶାଶୁ ଶ୍ୱଶୁରକୁ କାହିଁକି ମାରିଲ ବୋଲି ପ୍ରଶ୍ନର ଉତ୍ତର କୁନା ପାଳ ଦେଇନାହାନ୍ତି। ସେହିପରି ସ୍ତ୍ରୀ ଆଣିଥିବା ନିର୍ଯାତନା ଅଭିଯୋଗ ସମ୍ପର୍କରେ ସେ କିଛି ବି କହିନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe