/odisha-reporter/media/post_attachments/uploads/2019/11/turtle.jpg)
turtle
ପୁରୀ : ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ମେଟିଙ୍ଗ ଓ ନେଷ୍ଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ମାସ ୧ ତାରିଖଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଓଡିଶା ମେରାଇନ୍ ଫିସିଙ୍ଗ୍ ଆକ୍ଟ ଅନୁଯାୟୀ ସାମୁଦ୍ରିକ କଟକଣା ଜାରି କରାଯାଇଛି।
ପୁରୀ ଜିଲ୍ଲାର ବାଲିହରଚଣ୍ଡୀଠାରୁ ଅସ୍ତରଙ୍ଗ ଦେବୀ ନାସୀ ଏବଂ ଦେବୀନଦୀ ମୁହାଣରୁ କେଳୁଣୀ ମୁହାଣ ମଧ୍ୟରେ ମୋଟର ଚାଳିତ ଡଙ୍ଗାରେ ମାଛ ମାରିବା ଓ ଗିଲ ନେଟ୍ ବ୍ୟବହାରକୁ ନିଷିଦ୍ଧ କରା ଯାଇଛି।
ସାମୁଦ୍ରିକ କଇଁଚମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଦେବୀ ମୁହାଣ, ଦେବୀନାସୀ, ଯାହାନିଆ, ଦାଳୁଅକଣି, କଂଅରପୁର,ଚନ୍ଦ୍ରଭାଗା,ରାମଚଣ୍ଡୀ,ନୂଆ ନଇ,ବେଲେଶ୍ୱର,ପେଣ୍ଠକଟା,ବାଲି ହରଚଣ୍ଡୀ ଆଦି ୧୩ଟି ସ୍ଥାନରେ ଅନ ସୋର କ୍ୟାମ୍ପ୍ କରାଯାଇଥିବା ବେଳେ ଦେବୀ ମୁହାଣରେ ଗୋଟିଏ ଅଫ୍ ସୋର କ୍ୟାମ୍ପ କରାଯାଇଛି।
ନିଶିଦ୍ଧାଞ୍ଚଳରେ ବେଆଇନ ମାଛମରାକୁ ରୋକିବା ପାଇଁ ସାମୁଦ୍ରିକ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥା କରାଯାଇଛି। ନାସୀ, ଯାହାନିଆ, କଂଅରପୁର, ଚନ୍ଦ୍ରଭାଗା ଆଦି ୪ଟି ସ୍ଥାନରେ ଅସ୍ଥାୟୀ ପ୍ରଜନନ କେନ୍ଦ୍ର ର୍ନିମାଣ କରାଯାଇଛି।
ସେହିପରି ଅଲିଭ ରିଡ୍ଲେ କଇଁଛଙ୍କ ଆଗମନ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମଧ୍ୟ ଆଜିଠାରୁ କଟକଣା ଜାରି କରାଯାଇଛି। ଜାପାନ, ଶ୍ରୀଲଙ୍କା ଉପକୂଳରୁ ବଂଶ ବିସ୍ତାର ପାଇଁ ଗହୀରମଥା ସାମୁଦ୍ରିକ ଅଭୟ୍ୟାରଣ୍ୟକୁ ଆସିଥା’ନ୍ତି। ଅଲିଭ୍ ରିଡ୍ଲେ ଏଥିପାଇଁ ଆଜିଠାରୁ ମେ ୩୧ ଯାଏ ଗହୀରମଥା ଉପକୂଳରେ ମାଛଧରା ଉପରେ ବାରଣ କରାଯାଇଛି। ବନ ବିଭାଗ ସହ ସ୍ଥାନୀୟ ପୁଲିସ ଓ ତଟରକ୍ଷୀ ବାହୀନିମିଳିତ ଭାବେ ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେଇଥାନ୍ତି। କଇଁଚ ମାନେ ନଭେମ୍ବର ପ୍ରଥମ ସପ୍ତାହରେ ଗହୀରମଥାକୁ ଆସିଥା’ନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
