Advertisment

ଘରେ ମାସ୍କ ତିଆରି କଲେ ଅନୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୋଭେଲ୍ କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ଲାଗି ସାରା ଦେଶକୁ ୨୧ ଦିନିଆ ଲକଡାଉନ୍ କରାଯାଇଛି। ଏହାରି ଭିତରେ ଏବେ ଓଡ଼ିଶା ସରକାର ରାଜ୍ୟରେ ଲକଡାଉନ୍ ଅବଧିକୁ ଏପ୍ରିଲ 30 ଯାଏ ବୃଦ୍ଧି କରିଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ସଂକ୍ରମଣର ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ ଜରିମାନା ମଧ୍ୟ ଲଗାଯାଉଛି। ଏଭଳି ସ୍ଥିତିରେ ଜନସାଧାରଣଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି […]

ଅଦ୍ୟତନ ହୋଇଛି
ଘରେ ମାସ୍କ ତିଆରି କଲେ ଅନୁ

anu choudhury

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୋଭେଲ୍ କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ଲାଗି ସାରା ଦେଶକୁ ୨୧ ଦିନିଆ ଲକଡାଉନ୍ କରାଯାଇଛି। ଏହାରି ଭିତରେ ଏବେ ଓଡ଼ିଶା ସରକାର ରାଜ୍ୟରେ ଲକଡାଉନ୍ ଅବଧିକୁ ଏପ୍ରିଲ 30 ଯାଏ ବୃଦ୍ଧି କରିଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ସଂକ୍ରମଣର ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ ଜରିମାନା ମଧ୍ୟ ଲଗାଯାଉଛି।

Advertisment

ଏଭଳି ସ୍ଥିତିରେ ଜନସାଧାରଣଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ନେତ୍ରୀ ଓ ଅଭିନେତ୍ରୀମାନେ। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳାଙ୍କ ପରେ ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ନେତ୍ରୀ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ମାସ୍କ ତିଆରି କରି ଜନତାଙ୍କୁ ବାଣ୍ଟୁଥିବା ବେଳେ ଏବଂ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି।

Advertisment

ଓଲିଉଡର ବହୁ ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ ପ୍ରାୟ ୬୦ଟି ମାସ୍କ ତିଆରି କରି ବାଣ୍ଟିଛନ୍ତି। ସେ ନିଜ ଆଖପାଖରେ ମହାମାରୀ ପରିସ୍ଥିତି ସହ ୨୪ ଘଣ୍ଟା ଲଢ଼ୁଥିବା କର୍ମଚାରୀମାନଙ୍କୁ ଏହି ମାସ୍କଗୁଡ଼ିକୁ ଦେଇଛନ୍ତି। ଏନେଇ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଜଣାଇଛନ୍ତି।

ଅନୁ କିଛି ଫଟୋ ଶେୟାର କରି ଲେଖିଛନ୍ତି ଯେ, "ଏହି ବିଶ୍ୱ ମହାମାରୀ ସମୟରେ ୨୪ ଘଣ୍ଟା ଆମ ପାଇଁ କାମ କରୁଥିବା ଲୋକମାନଙ୍କ ପାଇଁ ଘରେ ମାସ୍କ ତିଆରି କରିବାକୁ ଚେଷ୍ଟା କରିଛି ଏବଂ ୬୦ରୁ ଅଧିକ ମାସ୍କ ବାଣ୍ଟିଛି।"

ନେତ୍ରୀ ଓ ଅଭିନେତ୍ରୀମାନଙ୍କ ଏଭଳି ପ୍ରୟାସ ନିଶ୍ଚିତ ଭାବେ ଜନସଚେତନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe