Advertisment

ବର୍ଷିଆନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ଆରପାରିରେ ଓଡ଼ିଆ ସିନେ ଜଗତର ବର୍ଷିଆନ ଅଭିନେତ୍ରୀ ପାର୍ବତୀ ଘୋଷ। ଗତକାଲି ରାତିରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପାର୍ବତୀ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଜଣେ ଅଭିନେତ୍ରୀ, ପ୍ରଯୋଜିକା, ନିର୍ଦ୍ଦେଶିକା ଭାବେ ଓଡ଼ିଆ ଫିଲ୍ମ ଜଗତରେ ବେଶ୍  ପରିଚିତ ନାଁ ଥିଲା ପାର୍ବତୀ ଘୋଷ। ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ୧୯୩୩ ମସିହା ମାର୍ଚ୍ଚ ୨୮ତାରିଖରେ କଟକ ମାନସିଂହପାଟଣା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ପାର୍ବତୀ। ୧୯୫୦ ମସିହାରେ ସେ ପ୍ରଥମେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ‘ଆମରି ଗାଁ ଝିଅ’, ‘ଭାଇ ଭାଇ’, ‘ମା’, ‘ଲକ୍ଷ୍ମୀ‘, ‘ସ୍ତ୍ରୀ’ ଏବଂ ‘ସଂସାର’ ସିନେମାରେ ପାର୍ବତୀ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା। ସେତେବେଳର ଚଳଣିରେ ସମ୍ଭ୍ରାନ୍ତ ପରିବାରର ଝିଅଙ୍କୁ ଚଳଚ୍ଚିତ୍ର ଜଗତ ଆଡ଼କୁ ଆକର୍ଷିତ କରିବା ଓ ସାମିଲ କରିବାରେ ପାର୍ବତୀଙ୍କ ଅବଦାନ ଅବିସ୍ମରଣୀୟ।

ତାଙ୍କ ପୁଅ ଝିଅ ଆମେରିକାରୁ ଭୁବନେଶ୍ୱର ଆସିବା ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe