Advertisment

ଜନ୍ମଦିନରେ ଥାନାରେ ଜେରାର ସମ୍ମୁଖୀନ ହେଲେ ବାବୁଶାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଥାନାରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ। ନିଜ ମା’ଙ୍କ ସହ ବାବୁଶାନ ଖାରବେଳ ନଗର ଥାନାରେ ପହଞ୍ଚିଯିବା ପରେ ପୁଲିସ ତାଙ୍କ ପତ୍ନୀ ତୃପ୍ତି ଦାଏର କରିଥିବା ଅଭିଯୋଗ ସଂକ୍ରାନ୍ତରେ ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ୍‌ ପ୍ରାୟ ଘଣ୍ଟାଏ କାଳ ବାବୁଶାନଙ୍କୁ ପଚରାଉଚରା କରିଛି। ଆଜି ବାବୁଶାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ସମ୍ମୁଖରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା […]

author-image
Niharika Rout
ଅଦ୍ୟତନ ହୋଇଛି
ଜନ୍ମଦିନରେ ଥାନାରେ ଜେରାର ସମ୍ମୁଖୀନ ହେଲେ ବାବୁଶାନ

babusan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଥାନାରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ଓଲିଉଡର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ। ନିଜ ମା’ଙ୍କ ସହ ବାବୁଶାନ ଖାରବେଳ ନଗର ଥାନାରେ ପହଞ୍ଚିଯିବା ପରେ ପୁଲିସ ତାଙ୍କ ପତ୍ନୀ ତୃପ୍ତି ଦାଏର କରିଥିବା ଅଭିଯୋଗ ସଂକ୍ରାନ୍ତରେ ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ୍‌ ପ୍ରାୟ ଘଣ୍ଟାଏ କାଳ ବାବୁଶାନଙ୍କୁ ପଚରାଉଚରା କରିଛି।

Advertisment

ଆଜି ବାବୁଶାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ସମ୍ମୁଖରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣେଇଥିଲେ। ଏହାପରେ ବାବୁଶାନ ଘରୁ ବାହାରି ଖାରବେଳନଗର ଥାନା ଯାଇଥିଲେ। ବାବୁଶାନଙ୍କ ପାଇଁ ଖାରବେଳନଗର ଥାନାରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସେଠାରେ ସେ ନିଜ ମା’ ଅପରାଜିତା ମହାନ୍ତି ଓ ଅଭିନେତା ବବି ମିଶ୍ରଙ୍କ ସହ ପହଞ୍ଚିଥିଲେ। ସେଠାରେ ପାୟ ଘଣ୍ଟାଏ କାଳ ଜେରାର ସମ୍ମୁଖୀନ ହୋଇଥିବା ବାବୁଶାନ ଏହାପରେ ଥାନାରୁ ବାହାରି ପଳାଇ ଯାଇଥିଲେ।

ଏହି ହାଇ ପ୍ରୋଫାଇଲ କଳିକୁ ନେଇ ଗଣମାଧ୍ୟମ ସମ୍ମୁଖରେ ଆଜି ଯାଏ ବାବୁଶାନ ମୁହଁ ଖୋଲି ନ ଥିବା ବେଳେ ଥାନାରୁ ଫେରିବା ପରେ ସବୁ କଥା କହିବେ ବୋଲି ପୂର୍ବରୁ କହିଥିଲେ। ମାତ୍ର ଜେରା ପରେ ଆଜି ବାବୁଶାନ ଚୁପଚାପ ଥାନାରୁ ବାହାରି ପଳାଇଯିବାରୁ ଗଣମାଧ୍ୟମ ପ୍ରତିନିଧି ନିରାଶ ହୋଇଥିଲେ।

Advertisment

ଖାରବେଳନଗର ଥାନା ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି, ବାବୁଶାନଙ୍କୁ ଥାନାରେ ହାଜର ହେବାକୁ ସୂଚନା ଦେଇଥିଲୁ। ସେହି ଆଧାରରେ ସେ ଆଜି ଥାନାରେ ହାଜର ହୋଇଥିଲେ।  ତାଙ୍କ ସହ ତାଙ୍କ ମା’ ଅପରାଜିତା ଓ ବବି ମିଶ୍ର ଥିଲେ।  ସେମାନଙ୍କ ଉପସ୍ଥିତିରେ ବାବୁଶାନଙ୍କୁ ଜେରା କରାଯାଇଥିଲା।  ୨ଟି କେସ୍‌ରେ ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ବାବୁଶାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କେସ୍‌ର ସବୁ ଦିଗକୁ ଅନୁଶୀଳନ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

ଗତ ଶନିବାର ସତ୍ୟନଗରରେ ଘଟିଥିବା ଷ୍ଟାର ଘର କଳି ମାମଲା ଖାରବେଳ ନଗର ଥାନାରେ ପହଞ୍ଚିଥିଲା। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ବାପାମା’ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଶାଶୁ ଅପରାଜିତାଙ୍କ ସହିତ ତୃପ୍ତି ସେହି ଥାନାରେ ପହଞ୍ଚି ପ୍ରକୃତି ଓ ବାବୁଶାନଙ୍କ ନାଁରେ ଅଭିଯୋଗ ଦାଏର କରିଥିଲେ।

ଏହି ଘଟଣା ପରେ ବାବୁଶାନ ଓ ପ୍ରକୃତି ଚେନ୍ନାଇ ପଳାଇଥିବା ବେଳେ ଗତ ମଙ୍ଗଳବାର ପ୍ରକୃତି ନିଜ ବାପାମା’ଙ୍କ ସହ ସେଠାରୁ ଭୁବନେଶ୍ୱର ଫେରିଥିଲେ। ଏହାପରେ ଉକ୍ତ ଦିନ ପୁଲିସ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲା। ହେଲେ ବାବୁଶାନ ଓଡ଼ିଶା ଫେରିବାର ୪ ଦିନ ପରେ ଆଜି ଥାନାକୁ ଯାଇଥିବାରୁ ପୁଲିସ୍‌ ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଚର୍ଚ୍ଚା ହେଉଥିଲା ।

ବାବୁଶାନ କ’ଣ ପାଇଁ ପ୍ରକୃତିଙ୍କ ସହ ଚେନ୍ନାଇ ଯାଇଥିଲେ, ସେଠାରେ ଉଭୟ ଗୋଟିଏ ରୁମ୍‌ରେ ରହିଥିଲେ, ନା ଅଲଗା ରହିଥିଲେ, ସନ୍ୟନଗରରେ ଘର ଭଡ଼ା ନେଇ କେବେଠୁ ରହିଥିଲେ, ଏସବୁ ପ୍ରଶ୍ନ ଉପରେ ପୁଲିସ ଆଜି ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।