Advertisment

OLX ରେ କାର୍‌ କିଣିବା ଚକ୍କରରେ ଫସିଗଲେ ଯୁବକ!

ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍‌ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍‌ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ ଗାଡ଼ି ନପାଇବାରୁ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। OLX ରେ ଏକ ମାରୁତି ଅଲ୍‌ଟୋ କାର୍‌ ବିଜ୍ଞାପନ ଦେଖି କିଣିବା ପାଇଁ ମନ ବଳାଇଥିଲେ କୋରାପୁଟ ଜିଲ୍ଲା […]

OLX ରେ କାର୍‌ କିଣିବା ଚକ୍କରରେ ଫସିଗଲେ ଯୁବକ!

olx-fraud-in-koraput

Advertisment

ଜୟପୁର(ଟି.ଗୌରୀ ଶଙ୍କର): OLX ରେ ପୁରୁଣା ଗାଡ଼ି କିଣିବା ଚକ୍କରରେ ଫସିଗଲେ ଯୁବକ! ସେ ଅନ୍‌ଲାଇନ ଠକ ହାବୁଡ଼ରେ ପଡ଼ି ୭୪ ହଜାର ଟଙ୍କା ଗଣିଛନ୍ତି। କାର୍‌ ଚଳାଇବାକୁ ଆଶା ବାନ୍ଧିଥିବା ଜୟପୁରର ପୁଲୁ ଖରା ଛଦ୍ମ ବିକ୍ରେତାଙ୍କ ସହ ଯୋଗାଯୋଗ ପରେ ଟଙ୍କା ପୈଠ କରି ଶେଷରେ ଗାଡ଼ି ନପାଇବାରୁ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

Advertisment

OLX ରେ ଏକ ମାରୁତି ଅଲ୍‌ଟୋ କାର୍‌ ବିଜ୍ଞାପନ ଦେଖି କିଣିବା ପାଇଁ ମନ ବଳାଇଥିଲେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଶୋରିଷପଦର ଗାଁର ପୁଲୁ ଖରା। ଛତିଶଗଡ଼ ରେଜିଷ୍ଟ୍ରେସନ ଥିବା କାରର ମାଲିକ ଥିଲେ ସନ୍ତୋଷ ଭରଦ୍ୱାଜ। କାର ମୂଲ୍ୟ ୫୫ ହଜାର ଟଙ୍କା ଥିବା ବେଳେ ୪୫ ହଜାରରେ କିଣିବା ପାଇଁ କାର ମାଲିକଙ୍କ ସହ ଡିଲ୍ କରିଥିଲେ ପୁଲୁ। ପରେ ମୋବାଇଲ ଫୋନ୍‌ ଓ ହ୍ୱାଟ୍ସଆପ୍‌ରେ ଡିଲ୍‌ ଫାଇନାଲ ହୋଇଥିଲା। ପୁଲୁ ପ୍ରଥମେ ୫ ହଜାର ଟଙ୍କା ଅନଲାଇନ୍ ଟ୍ରାନ୍ସଫର କରିଥିଲେ। ପରେ ସନ୍ତୋଷ କାରର ଫଟୋ, ତାଙ୍କ ନାଁରେ ଥିବା ଡକ୍ୟୁମେଣ୍ଟ୍‌ ଓ ଅନ୍ୟ କିଛି ଫଟୋ ପଠାଇ ବିଶ୍ୱାସ ଜନ୍ମାଇବାରୁ ପୁଲୁ ଅବଶିଷ୍ଟ ଟଙ୍କା ଟ୍ରାନ୍ସଫର କରିଥିଲେ। ଶେଷରେ କାର୍‌ ଟ୍ରାନ୍ସପୋର୍ଟ ପାଇଁ ଆଉ ୨୯ ହଜାର ଟଙ୍କା ସହ ଅସୁଲ କରିଥିଲେ ମୋଟ ୭୪ ହଜାର ଟଙ୍କା। ୧୫ ତାରିଖରେ କୋରାପୁଟରେ କାର୍ ପହଞ୍ଚିବ ବୋଲି ପୁଲୁଙ୍କୁ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ରସିଦ୍ ମଧ୍ୟ ପଠାଇଥିଲେ। ହେଲେ ତା’ପରଠୁ ଏବେ ସନ୍ତୋଷଙ୍କ ଫୋନ ସୁଇଚ୍ ଅଫ୍ ଅଛି ବୋଲି ପୁଲୁ ଖରା କହିଛନ୍ତି।

ଟଙ୍କା ଦେଇ କାର ପାଇଁ ଅପେକ୍ଷା କରି ଶେଷରେ ନିରାଶ ହେବାରୁ ଠକ ହାବୁଡ଼ରେ ପଡ଼ିଥିବା ଜାଣି ପଟାଙ୍ଗି ଥାନାରେ ଅଭିଯୋଗ କରିଥିଲେ ପୁଲୁ। ହେଲେ ମାମଲା ଛତିଶଗଡ଼ ଜଗଦଲପୁରର ହୋଇଥିବାରୁ ସେଠାରେ ଅଭିଯୋଗ ପାଇଁ ପୁଲିସ ତାଙ୍କୁ ପରାମର୍ଶ ଦେଇଥିବା ଅଭିଯୋଗ କରିଛନ୍ତି। ସନ୍ତୋଷ ଏଣେ ଘଟଣାର ଖୋଳତାଡ଼ ପରେ ଠକ ସନ୍ତୋଷ ପଠାଇଥିବା ଟ୍ରାନ୍ସପୋର୍ଟ କମ୍ପାନୀର ରସିଦ୍ ପୂରା ନକଲି ବୋଲି ଜାଣିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe