Advertisment

ଓମ୍‌ ହତ୍ୟା ମାମଲା: ଡି’ ବ୍ରଦର୍ସଙ୍କ ସମେତ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

କଟକ: ବହୁ ଚର୍ଚ୍ଚିତ ଓମ୍‌ ହତ୍ୟା ମାମଲାରେ ଡ଼ି’ ବ୍ରଦର୍ସଙ୍କ ସମେତ ୬ ଜଣଙ୍କ ନାଁରେ କମିଶନରେଟ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ଅନ୍ୟ ୪ ଅଭିଯୁକ୍ତ ହେଲେ ଭଜନା, ଗୁଡୁ, ଦେବାଶିଷ କର ଏବଂ ନିର୍ମଳ ରାଉତ। ଆଇପିସିର ଧାରା ୩୦୨, ୧୨୦ (ବି), ୨୦୧, ୪୮୪ ସହ ଆର୍ମସ ଆକ୍ଟ ୨୫ ଓ ୨୭ରେ ଚାର୍ଜସିଟ ଦାଖଲ ହୋଇଛି। ପରବର୍ତ୍ତି ସମୟରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ ବୋଲି କମିଶନରେଟ୍‌ ପୋଲିସ […]

ଅଦ୍ୟତନ ହୋଇଛି
କଟକ ନଗର ଯୁବକ ସଂଘ ପଞ୍ଜିକରଣ ରଦ୍ଦ

d-brothers

Advertisment

କଟକ: ବହୁ ଚର୍ଚ୍ଚିତ ଓମ୍‌ ହତ୍ୟା ମାମଲାରେ ଡ଼ି’ ବ୍ରଦର୍ସଙ୍କ ସମେତ ୬ ଜଣଙ୍କ ନାଁରେ କମିଶନରେଟ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ଅନ୍ୟ ୪ ଅଭିଯୁକ୍ତ ହେଲେ ଭଜନା, ଗୁଡୁ, ଦେବାଶିଷ କର ଏବଂ ନିର୍ମଳ ରାଉତ। ଆଇପିସିର ଧାରା ୩୦୨, ୧୨୦ (ବି), ୨୦୧, ୪୮୪ ସହ ଆର୍ମସ ଆକ୍ଟ ୨୫ ଓ ୨୭ରେ ଚାର୍ଜସିଟ ଦାଖଲ ହୋଇଛି। ପରବର୍ତ୍ତି ସମୟରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବ ବୋଲି କମିଶନରେଟ୍‌ ପୋଲିସ କହିଛି।

Advertisment

୪୫୪ ପୃଷ୍ଠା ସମ୍ୱଳିତ ଏହି ଚାର୍ଜସିଟରେ ୫୯ ଜଣଙ୍କୁ ସାକ୍ଷୀ ଭାବେ ଦର୍ଶାଯାଇଛି।

ଦୀପୁ ଏବଂ ଓମ୍‌କୁ ଧଳସାମନ୍ତ ଭ୍ରାତା ସୁଶୀଲ ଏବଂ ସୁଶାନ୍ତ ସହଯୋଗୀଙ୍କ ସହ ମିଶି ଅପହରଣ କରି ଆଠଗଡ଼ ଖୁଣ୍ଟକଟା ସ୍ଥିତ ନିର୍ମଳ ରାଉତଙ୍କ ଫାର୍ମହାଉସରେ ପିଟିପିଟି ହତ୍ୟା କରିଥିଲେ। ପରେ ମୃତଦେହ ୨ଟିକୁ ଝାଡ଼ଖଣ୍ଡ ନେଇ ପ୍ରମାଣ ନଷ୍ଟ ପାଇଁ ପୋଡି ଦେଇଥିଲେ।

ପୂର୍ବରୁ ଦୀପୁ ହତ୍ୟାକାଣ୍ଡ ମାମଲାରେ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଓମ୍‌ ହତ୍ୟା ଘଟଣାରେ ମଧ୍ୟ ସମାନ ସଂଖ୍ୟକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଳ ହେବାର ସମ୍ଭାବନା ରହିଛି।

Advertisment

ସହକାରୀ ସରକାରୀ ଓକିଲ ବିଶ୍ୱଜିତ ବରାଳ କହିଛନ୍ତି, “ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଓମ୍‌ ପ୍ରକାଶ ସ୍ୱାଇଁଙ୍କ ହତ୍ୟା ଘଟଣାର ଚାର୍ଜସିର୍ଟ ଦାଖଲ କରାଯାଇଛି। ଅପହରଣ, ହତ୍ୟା, ଅପରାଧିକ ଷଡଯନ୍ତ୍ର ରଚିବା, ପ୍ରମାଣ ନଷ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏବେ ବି ମାମଲାରେ ତଦନ୍ତକୁ ଖୋଲା ରଖାଯାଇଛି। ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe