Advertisment

ଓମାନରୁ ଶ୍ରମିକଙ୍କ ମୃତଦେହ ଫେରାଇ ଆଣିବାକୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜପୁର ଗାଁର ଜଳନ୍ଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଓମାନରେ ପରଲୋକ ହୋଇଯାଇଛି। ସେ ସେଠାରେ ‘ଅଲ୍ ଅଦ୍ରକ’ କଂପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତଦେହକୁ ଓଡ଼ିଶାକୁ ଫେରାଇ ଆଣିବାରେ ସହଯୋଗ କରିବା ପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଜଳନ୍ଧରଙ୍କ ପତ୍ନୀ ମାମି ବେହେରାଙ୍କ ଅନୁରୋଧ କ୍ରମେ ସାଂସଦ ପଣ୍ଡା ଏହି ଚିଠି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓମାନରୁ ଶ୍ରମିକଙ୍କ ମୃତଦେହ ଫେରାଇ ଆଣିବାକୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚିଠି

b.panda

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜପୁର ଗାଁର ଜଳନ୍ଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଓମାନରେ ପରଲୋକ ହୋଇଯାଇଛି। ସେ ସେଠାରେ ‘ଅଲ୍ ଅଦ୍ରକ’ କଂପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତଦେହକୁ ଓଡ଼ିଶାକୁ ଫେରାଇ ଆଣିବାରେ ସହଯୋଗ କରିବା ପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଚିଠି ଲେଖିଛନ୍ତି। ଜଳନ୍ଧରଙ୍କ ପତ୍ନୀ ମାମି ବେହେରାଙ୍କ ଅନୁରୋଧ କ୍ରମେ ସାଂସଦ ପଣ୍ଡା ଏହି ଚିଠି ଲେଖିଛନ୍ତି।

Advertisment

ନଭେମ୍ବର ୨୯ ତାରିଖରେ ଓମାନର ’ଅଲ୍ ଅଦ୍ରକ୍’ କଂପାନୀର ମ୍ୟାନେଜର ମାମି ବେହେରାଙ୍କ ନିକଟକୁ ଫୋନ୍ କରିଥିଲେ ଓ ତାଙ୍କ ସ୍ୱାମୀ ଜଳନ୍ଧରଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଥିଲେ। ଏହା ମଧ୍ୟରେ ୧୫ରୁ ଅଧିକ ଦିନ ବିତି ଗଲାଣି। କିନ୍ତୁ ସ୍ୱାମୀଙ୍କ ମୃତଦେହ ଫେରି ପାଇ ନାହାନ୍ତି ମାମି। ଜଳନ୍ଧରଙ୍କ ମୃତଦେହ ଫେରାଇ ଆଣିବାକୁ ବହୁ ଉଦ୍ୟମ କରି ବିଫଳ ହେବା ପରେ ସେ ସାଂସଦ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସାଂସଦଙ୍କୁ ଭେଟି ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ବିନା ବ୍ୟବଚ୍ଛେଦରେ ଫେରାଇ ନେବାକୁ ସଂପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିବାକୁ ତାଙ୍କୁ ବାଧ୍ୟ କରାଯାଉଛି।