Advertisment

ଗୁରୁ କେଳୁଚରଣ ପୁରସ୍କାର ଉତ୍ସବ ଉଦଯାପିତ: ସଚ୍ଚି ଦାସ ଓ ଲିଙ୍ଗରାଜ ବେହେରା ଓ ୪ ଯୁବ ପ୍ରତିଭା ସମ୍ମାନିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୃଜନ ଦ୍ୱାରା ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଆଜି ନାଟ୍ୟ ଜଗତର ସ୍ଵନାମଧନ୍ୟ ବ୍ୟକ୍ତିତ୍ବ ଡ଼. ସଚ୍ଚି ଦାସ, ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮, ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖାର୍ଜୀ,କଥକ ନୃତ୍ୟରେ ସ୍ୱାତୀ ସିହ୍ନା ଓ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର […]

ଗୁରୁ କେଳୁଚରଣ ପୁରସ୍କାର ଉତ୍ସବ ଉଦଯାପିତ: ସଚ୍ଚି ଦାସ ଓ ଲିଙ୍ଗରାଜ ବେହେରା ଓ ୪ ଯୁବ ପ୍ରତିଭା ସମ୍ମାନିତ

GKCM_AWARDS 22

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୃଜନ ଦ୍ୱାରା ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଆଜି ନାଟ୍ୟ ଜଗତର ସ୍ଵନାମଧନ୍ୟ ବ୍ୟକ୍ତିତ୍ବ ଡ଼. ସଚ୍ଚି ଦାସ, ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୮, ଓଡ଼ିଶୀ ନୃତ୍ୟରେ ସୋନାଲୀ ମହାପାତ୍ର ଓ ସୁବିକାଶ ମୁଖାର୍ଜୀ,କଥକ ନୃତ୍ୟରେ ସ୍ୱାତୀ ସିହ୍ନା ଓ ଓଡ଼ିଶୀ ସଙ୍ଗୀତରେ ରୋହନ ସୁରେଶ ଢାଲେଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୮ ସମ୍ମାନରେ ସମ୍ମାନିତ କରାଯାଇଛି।

Advertisment

publive-imageଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ଓଡ଼ିଶୀକୁ ନୂତନ ଭାବରେ ସଂସ୍ଥାପିତ ଶାସ୍ତ୍ରୀୟ ନୃତ୍ୟ 'କିରୱାନୀ ମଧୁରିମା' ପ୍ରସ୍ତୁତ କରିଥିଲେ। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ଗୀତ ଅନୁବାଦ କରିଥିଲେ ନିତ୍ୟାନନ୍ଦ ମିଶ୍ର। ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ଓଡ଼ିଶୀ ନୃତ୍ୟାଭିନୟ 'ମାଟି' ଯାହା ପ୍ରସିଦ୍ଧ ଓଡ଼ିଆ କବି ରାଧା ମୋହନ ଗଡ଼ନାୟକଙ୍କ କବିତା ଉପରେ ଆଧାରିତ। ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ। ଜୟଦେବ ଦାସଙ୍କ ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ରଚିତ ଗୀତ ଏହାକୁ ଆକର୍ଷଣୀୟ କରି ତୋଳିଥିଲା। ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମକ୍ରାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା। ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ।publive-image

ଉଦଯାପନୀ ଉତ୍ସବର ଅତିଥିମାନେ ଥିଲେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସିନେ ତାରକା ତଥା ସାଂସଦ ହେମାମାଳିନୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର।

Advertisment

ଉଦଯାପନୀ ସଂଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କ କର୍ମମୟ ଜୀବନୀକୁ ନେଇ ପୁସ୍ତକ 'ଡ଼୍ୟାନସିଂ ଇନଟୁ ଇଟରନିଟି'କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ସହିତ ଲୋକଲୋଚନକୁ ଆଣିବା। ୧୯୯୫ ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ ।

କାର୍ଯ୍ୟକ୍ରମ ପରିଚାଳନାକରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe