Advertisment

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର! ଏଥର ଇଂରାଜୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ୍‌’। ଏ ଉକ୍ତି ରାଜ୍ୟ ଶିକ୍ଷା ବିଭାଗ ପାଇଁ ଶତ ପ୍ରତିଶତ ଠିକ୍‌ ଭଳି ମନେ ହେଉଛି। କାରଣ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରୁ ମାଧ୍ୟମିକ ଶିକ୍ଷା ପରିଷଦ କିଛି ଶିକ୍ଷା ଗ୍ରହଣ କରିବା ପରି ମନେ ହେଉନାହିଁ। କାରଣ ଆଜି ହୋଇଥିବା ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ […]

ଅଦ୍ୟତନ ହୋଇଛି
ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର! ଏଥର ଇଂରାଜୀ

10th

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ୍‌’। ଏ ଉକ୍ତି ରାଜ୍ୟ ଶିକ୍ଷା ବିଭାଗ ପାଇଁ ଶତ ପ୍ରତିଶତ ଠିକ୍‌ ଭଳି ମନେ ହେଉଛି। କାରଣ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରୁ ମାଧ୍ୟମିକ ଶିକ୍ଷା ପରିଷଦ କିଛି ଶିକ୍ଷା ଗ୍ରହଣ କରିବା ପରି ମନେ ହେଉନାହିଁ। କାରଣ ଆଜି ହୋଇଥିବା ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି।

Advertisment

ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍‌- ଏ’ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଥିଲା ମାତୃଭାଷା ପରୀକ୍ଷା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।

Advertisment

ପରୀକ୍ଷା ପରିଚାଳନାରେ ଏପରି ତ୍ରୁଟିକୁ ନେଇ ତୁମ୍ବିତୁଫାନ ଆରମ୍ଭ ହୋଇଯାଇଥିଲା। ସ୍ୱଚ୍ଛ ଓ କପିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଡିଣ୍ଡିମ ପିଟୁଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ଏହା ପଦାରେ ପକାଇ ଦେଇଥିଲା।

ପ୍ରଶ୍ନପତ୍ର ଭାଇରାଲ ହେବା ପରେ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରତିକ୍ରିୟା ଦେଇ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ସୋଶାଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ବେଳେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜନୀତି ସରଗରମ ହୋଇଥିଲା। ପରେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସ୍ୱୀକାର କରିବା ସହ ଏଥିପାଇଁ ଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୋର୍ଡ ନିର୍ଦ୍ଦେଶ ଅନୁସାରେ ପରଦିନ ନୂଆପଡ଼ା ଡିଇଓ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ୍ ୭ ଜଣଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ବୋର୍ଡ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଢେଙ୍କାନାଳ ଓ କୋରାପୁଟ୍‌ ଡିଇଓ ଅମାନ୍ୟ କରି ଥାନାରେ ଏତଲା ଦେଇ ନଥିବା ଅଭିଯୋଗ ହୋଇଥିଲା। ତେବେ ଆଜି କୋରାପୁଟ ଡିଇଓ ବନ୍ଧୁଗାଁ ଥାନାରେ ଏନେଇ ଏତଲା ଦେଇଥିବା ଜଣାପଡ଼ିଛି। ବନ୍ଧୁଗାଁ ହାଇସ୍କୁଲର ସେଣ୍ଟର ସୁପରିନ୍‌ଣ୍ଡେଣ୍ଟ୍ ଓ ଜଣେ ଶିକ୍ଷକଙ୍କ ନାଁରେ ଏହି ମାମଲା ରୁଜୁ କରାଯାଇଛି।

ତେବେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍‌। ସେ କହିଛନ୍ତି, “ମୂଳ ପ୍ରଶ୍ନପତ୍ର ସହ ଭାଇରାଲ ପ୍ରଶ୍ନପତ୍ର ମେଳା ଯାଇଛି। ଏହା ମେଳ ଖାଉନାହିଁ। ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। କିଛି ଲୋକ ବଦମାସୀ କରି ଏପରି ମିଛ ପ୍ରଚାର କରିଛନ୍ତି। ଏଥିରେ ପିଲାମାନେ ଭୟଭୀତ ହେବାର କିଛି କାରଣ ନାହିଁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe