Advertisment

ଯାହାଥିଲା ଦିନେ ପ୍ରେମବଳୟ, ଆଜି ତାହା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ଥିବା ସୁନ୍ଦର ପାର୍କଗୁଡ଼ିକ ଏଇ କିଛିଦିନ ହେବ ଜନଶୂନ୍ୟ ହୋଇଯାଇଛି। ସଞ୍ଜସକାଳେ ଆଉ ସେଠାକୁ କେହି ଯାଉ ନାହାନ୍ତି କି ପ୍ରେମୀଯୁଗଳଙ୍କ ଭିଡ଼ ବି ଜମୁନି। ବାତ୍ୟା ଫୋନିର ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଛି। ସୁନ୍ଦର ଫୁଲ ଗଛ ସବୁ ଧ୍ୱଂସ ହୋଇଯାଇଛି। ସଚିବାଳୟ ସମ୍ମୁଖରେ ଥିବା ଇନ୍ଦିରା ଗାନ୍ଧି ପାର୍କ ହେଉ କିମ୍ବା କ୍ୟାପିଟାଲ୍ ହସ୍ପିଟାଲ ନିକଟସ୍ଥ ବିଜୁ ପଟ୍ଟନାୟକ ପାର୍କ, ଜୟଦେବ ବିହାରସ୍ଥିତ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ଯାହାଥିଲା ଦିନେ ପ୍ରେମବଳୟ, ଆଜି ତାହା...

e-5

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ଥିବା ସୁନ୍ଦର ପାର୍କଗୁଡ଼ିକ ଏଇ କିଛିଦିନ ହେବ ଜନଶୂନ୍ୟ ହୋଇଯାଇଛି। ସଞ୍ଜସକାଳେ ଆଉ ସେଠାକୁ କେହି ଯାଉ ନାହାନ୍ତି କି ପ୍ରେମୀଯୁଗଳଙ୍କ ଭିଡ଼ ବି ଜମୁନି। ବାତ୍ୟା ଫୋନିର ପ୍ରଭାବରେ ଶହ ଶହ ଗଛ ଭାଙ୍ଗି ପଡ଼ିଛି। ସୁନ୍ଦର ଫୁଲ ଗଛ ସବୁ ଧ୍ୱଂସ ହୋଇଯାଇଛି। ସଚିବାଳୟ ସମ୍ମୁଖରେ ଥିବା ଇନ୍ଦିରା ଗାନ୍ଧି ପାର୍କ ହେଉ କିମ୍ବା କ୍ୟାପିଟାଲ୍ ହସ୍ପିଟାଲ ନିକଟସ୍ଥ ବିଜୁ ପଟ୍ଟନାୟକ ପାର୍କ, ଜୟଦେବ ବିହାରସ୍ଥିତ ଏକାମ୍ର କାନନ ହେଉ ଅବା ଡମଣା ସ୍ଥିତ ଗୁରୁ କେଳୁଚରଣ ପାର୍କ। ସବୁଠୁ ପରିଚିତ ଓ ଚର୍ଚ୍ଚିତ ବଟାନିକାଲ ଗାର୍ଡେନ୍ ଏବଂ ଜୟଦେବ ବାଟିକା ବି ଏବେ ଜରାଜୀର୍ଣ୍ଣ।

Advertisment

publive-image

କିଛି ଦିନ ପୂର୍ବରୁ ସଞ୍ଜ ନଇଁଲେ ପ୍ରେମୀଯୁଗଳଙ୍କ ପାଇଁ ଯାହା ଥିଲା ଏକ ପ୍ରେମବଳୟ, ମନ ଦିଆନିଆର ପେଣ୍ଠ ସ୍ଥଳ ତାହା ଏବେ ପ୍ରଳୟ ପ୍ରଭାବିତ। ଘନଗହଳ କୃଷ୍ଣଚୂଡ଼ା, ଘଞ୍ଚ ଦେବଦାରୁ ଓ ବୁଦୁବୁଦିଆ ବାଉଁଶ ଆଜି ଉପୁଡ଼ି ପଡ଼ିଛି।

ବିଜୁ ପଟ୍ଟନାୟକ ପାର୍କକୁ ନିତି ସନ୍ଧ୍ୟାରେ ବୁଲିବାକୁ ଯାଉଥିବା ଜଣେ ଯୁବକ କୁହନ୍ତି, ଯେଉଁ ଜାଗାଟିକୁ ଆମ ଆଖିର ଦୂରବିକ୍ଷଣ ବି ଭେଦ କରି ପାରେନାହିଁ ଆଜି ସେ ଜାଗାଟି ଖୋଜିଲେ ମିଳୁନି। ଏବେ ସନ୍ଧ୍ୟାରେ ଟିକେ ମନଫୂର୍ତ୍ତି କରିବା ପାଇଁ ଚାହିଁଲେ ବି କେହି ପାର୍କ ଟିକିଏ ଯାଇ ପାରୁନାହାନ୍ତି। ସେହିପରିର ସକାଳେ ସଞ୍ଜରେ ଯେଉଁମାନଙ୍କର ଚାଲିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ସେମାନେ  ଏବେ ସେଥିରୁ ବଞ୍ଚିତ।

Advertisment

publive-image

ସରକାରଙ୍କ ପକ୍ଷରୁ କେତୋଟି ପାର୍କକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ କେତୋଟିରେ ମରାମତି କାମ ଆରମ୍ଭ ହୋଇଯାଇଛି। ତେଣୁ ଏହି ମେ’ ମାସର ଅସହ୍ୟ ଖରାରେ ପ୍ରେମୀଯୁଗଳ ଟିକେ ମୁକ୍ତ ପବନ ପାଇଁ ସନ୍ଧ୍ୟାବେଳେ ବାଇକ୍ ଓ ସ୍କୁଟିରେ ରାଜରାସ୍ତାରେ ବିଚରଣ କରିବା ପାଇଁ ପସନ୍ଦ କରୁଛନ୍ତି। କିଏ ନରାଜ, କାଠଯୋଡ଼ିକୁ ପସନ୍ଦ କରୁଛି ତ ଆଉ କିଏ ତ୍ରିଶୁଳିଆରୁ ହାଇକୋର୍ଟ ପର୍ଯ୍ୟନ୍ତ ଲମ୍ବିଥିବା ନୂଆ ନୂଆ ସୁଭାଷ ଚନ୍ଦ୍ର ବୋସ ସେତୁ ଉପରେ ଦିୱାନା ହେଇ ବୁଲୁଛି। ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ପଥ ଏବେ ପ୍ରେମୀଯୁଗଳଙ୍କ ଅପେକ୍ଷାର ଠିକଣା।