Advertisment

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲାରେ ରାଜେନ୍ଦ୍ରଙ୍କୁ ମିଳିଲା ଜାମିନ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୬ ଜଣ ଅଭିଯୁକ୍ତ ରହିଥିବା ବେଳେ ରାଜେନ୍ଦ୍ରଙ୍କୁ ପ୍ରଥମେ ଜାମିନ ମିଳିଛି। ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ।

Rajendra
Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଜଣେ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ଅଭିଯୁକ୍ତଙ୍କ ନାଁ  ରାଜେନ୍ଦ୍ର ସାହୁ। ରାଜେନ୍ଦ୍ର ଜଣେ ବାଇକ୍ ଚୋର। ସେ ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ୍ ପାଇବେ।  ଏହା ସହିତ କୋର୍ଟ ବିଭିନ୍ନ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି। 

Advertisment

ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୬ ଜଣ ଅଭିଯୁକ୍ତ ରହିଥିବା ବେଳେ ରାଜେନ୍ଦ୍ରଙ୍କୁ ପ୍ରଥମେ ଜାମିନ ମିଳିଛି। ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ କହିଛନ୍ତି।

ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍‌କୁ ରାଜେନ୍ଦ୍ର ସେ ରାମେଶ୍ଵରମ ଛକରୁ ଚୋରି କରି ନେଇ ଯାଇଥିଲେ। କୁରୁପତି ଭୂୟାଁ ଓ ଚିଣ୍ଟୁ ଏହି ବାଇକ୍‌ରେ ଯାଇ ପୀତବାସଙ୍କୁ ଗୁଳି କରି ଲୋଚାପଡ଼ା ଦେଇ ଫେରାର ହୋଇଯାଇଥିଲେ। ସେମାନେ ଜାତୀୟ ରାଜପଥକୁ ବାହାରି ରାମେଶ୍ଵରମ ଠାରେ ବାଇକ୍ ରଖି ଦେଇ ଭୁବନେଶ୍ୱର ଯାଇଥିଲେ ଓ ପରେ ସେଠାରୁ ପୁରୀ ଯାଇଥିଲେ। ବାଇକ୍‌ଟିକୁ ରାଜେନ୍ଦ୍ର ରାମେଶ୍ୱରମରୁ ଚୋରି କରିଥିଲେ। ତଦନ୍ତ ବେଳେ ପୁଲିସ ରାଜେନ୍ଦ୍ରଙ୍କୁ ଧରିଥିଲା।

Advertisment

ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ବ୍ରହ୍ମୁପରର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପିତ୍ତକୋଷରେ ଷ୍ଟୋନ ହୋଇଥିବା ବେଳେ ପାଇଲ୍‌ସ ସମସ୍ୟା ମଧ୍ୟ ରହିଛି। ପେଟରେ ଯନ୍ତ୍ରଣା ପରେ ତାଙ୍କୁ ଗତ ରବିବାର ଏମ୍‌କେସିଜି ନେଇଥିଲେ ଜେଲ୍‌ କର୍ତ୍ତୃପକ୍ଷ। ସେଠାରେ ତାଙ୍କ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଇଥିଲା। ଏହା ପରେ କୋର୍ଟଙ୍କ ଅନୁମତି ପରେ ଚିକିତ୍ସା ପାଇଁ ତାଙ୍କୁ ଗତକାଲି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe