ଦୁବାଇରୁ ଆସୁଥିଲା ଟଙ୍କା, ସୋଶାଲ୍‌ ମିଡିଆରେ ଜଣେ ମହିଳା କରୁଥିଲେ ଚାଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କଠାରୁ ପ୍ରତିଦିନ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି। ୨ଟି କିସ୍ତିରେ ମୋଟ୍‌ ୩୮ ହଜାର ଟଙ୍କା ଆସିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଅଭିଯୁକ୍ତମାନଙ୍କ ମୋବାଇଲ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଛି। ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ […]

DRDO

DRDO

Manoranjan Sial
  • Published: Tuesday, 21 September 2021
  • Updated: 21 September 2021, 03:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍‌ରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କଠାରୁ ପ୍ରତିଦିନ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସୁଛି। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣଙ୍କ ଆକାଉଣ୍ଟକୁ ଦୁବାଇରୁ ଟଙ୍କା ଆସିଛି। ୨ଟି କିସ୍ତିରେ ମୋଟ୍‌ ୩୮ ହଜାର ଟଙ୍କା ଆସିଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ସେ କହିଛନ୍ତି, ଅଭିଯୁକ୍ତମାନଙ୍କ ମୋବାଇଲ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଛି। ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଜେରା ଚାଲିଛି। ଅଭିଯୁକ୍ତମାନଙ୍କ ସହ ଜଣେ ମହିଳା ସୋଶାଲ୍‌ ମିଡିଆରେ ଚାଟିଂ କରୁଥିଲେ। ସଂପୃକ୍ତ ମହିଳା ଜଣକ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ। କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି। ଏୟାର ଫୋର୍ସର ଏକ ଟିମ୍‌ ଜେରାରେ ସାମିଲ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଅଭିଯୁକ୍ତଙ୍କୁ କଟକରେ NIA ଟିମ୍‌ ଜେରା କରିନି। ଜବତ ଟେଲିଫୋନକୁ ଫୋରେନସିକ ଆନାଲିସିସ ପାଇଁ ପଠାଯିବ। ଅନ୍ୟ କେଉଁ ଉପାୟରେ ବା ବ୍ୟାଙ୍କରେ ଟଙ୍କା ନେଇଛନ୍ତି, ତାହାର ତଦନ୍ତ କରିବୁ ବୋଲି କହିଛନ୍ତି ଶ୍ରୀ ପଣ୍ଡା।

ସୋମବାର ଏୟାରଫୋର୍ସ ଟିମ୍‌ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଛି। ସେମାନେ ଅଭିଯୁକ୍ତମାନଙ୍କୁୁ ମାରାଥନ ଜେରା କରିଛନ୍ତି। ୫ ଘଣ୍ଟା ଧରି ଏହି ଟିମ୍‌ ୫ ଅଭିଯୁକ୍ତଙ୍କୁ ଜଣ ଜଣ କରି ଜେରା କରିଛନ୍ତି। କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି? ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ? ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି। ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁଠାବ କରିବା ସହ ଅନ୍ୟ କେଉଁ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି। ହ୍ୟାଣ୍ଡଲରକୁ ଠାବ କରାଯିବା ପରେ ଅଧିକ ତଦନ୍ତ ପାଇଁ NIAର ସହଯୋଗ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ। ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story