p
ପଟ୍ଟାମୁଣ୍ଡାଇ( ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଟାଇରେ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ସୂର୍ଯ୍ୟକାନ୍ତ ମଳିକ। ପଟ୍ଟାମୁଣ୍ଡାଇ ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିଛି।
କିଛିଦିନ ତଳେ ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ କଟୁରୀରେ ଆକ୍ରମଣ କରି ସୂର୍ଯ୍ୟକାନ୍ତ ଫେରାର ହୋଇଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ ନେଇ ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଥିଲା।
ସୂର୍ଯ୍ୟକାନ୍ତ ଦୁବାଇ ଯିବାକୁ ଉଦ୍ୟମ କରୁବା ପୁଲିସ୍ ପାଖରେ ଖବର ପହଞ୍ଚି ଥିଲା। ଏହାକୁ ଆଧାର କରି ପୁଲିସ୍ର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ତାକୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/p.jpg)