Advertisment

ଟଙ୍କା ନେଇ ଛାଡ଼ି ଦେଇଥିବା ଘଟଣା: ଜଣେ ଏଏସ୍‌ଆଇ ଓ ୨ ହୋମାଗାର୍ଡ ଗିରଫ, ଏସ୍‌ଆଇ ନିଲମ୍ବିତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଛାଡ଼ି ଦେବା ଘଟଣାରେ ଜଣେ ଏଏସ୍‌ଆଇ ଓ ୨ ଜଣ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତି ନେଇ ଜଣେ ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ସୂଚନା ଅନୁସାରେ, ମୁଦୁଲିପଡ଼ା ଥାନାର ଏହି ପୁଲିସ କର୍ମଚାରୀମାନେ ଗତ ୪ ତାରିଖ ଦିନ ତଳେ ଖଇରିପୁଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଗାଡ଼ିକୁ ସେମାନେ ଅଟକାଇ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବୟଫ୍ରେଣ୍ଡଙ୍କ ସହ ଘରେ ଥିଲେ, ହଠାତ୍ ଛାତରୁ ଡେଇଁପଡ଼ିଲେ

handcuffs arrest

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଛାଡ଼ି ଦେବା ଘଟଣାରେ ଜଣେ ଏଏସ୍‌ଆଇ ଓ ୨ ଜଣ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାରେ ସଂପୃକ୍ତି ନେଇ ଜଣେ ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

Advertisment

ସୂଚନା ଅନୁସାରେ, ମୁଦୁଲିପଡ଼ା ଥାନାର ଏହି ପୁଲିସ କର୍ମଚାରୀମାନେ ଗତ ୪ ତାରିଖ ଦିନ ତଳେ ଖଇରିପୁଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଗାଡ଼ିକୁ ସେମାନେ ଅଟକାଇ ଥିଲେ। ତେବେ ଲାଞ୍ଚ ନେଇ ଗାଡ଼ିଟିକୁ ଛାଡ଼ି ଦେଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ଉକ୍ତ ଏଏସ୍‌ଆଇ ଓ ଦୁଇ ହୋମ୍‌ଗାର୍ଡଙ୍କ ନାଁରେ ମାମଲା ରୁଜୁ  ହୋଇଥିଲା। ତଦନ୍ତ ପରେ ଗତକାଲି ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପକ୍ଷରେ ମାଲକାନଗିରି ଏସ୍‌ପି ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ମୁଦୁଲିପଡ଼ା ଥାନା ଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି।

Advertisment