କାମ କରିବାକୁ ଯାଇଥିଲେ, ଗାଁକୁ ଆସିଲା...

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗାଁର ଦୀପକ ତାଣ୍ଡି (୨୨) ଗତ ୪ ମାସ ତଳେ ହାଇଦ୍ରାବାଦର କୁକୁଡାପାଡ଼ ଅଞ୍ଚଳରେ ଏକ ଚକୋଲେଟ ଫେକ୍ଟ୍ରିରେ କାମ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ଦୀପକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଉଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୀପକଙ୍କ ମରଶରୀର ଚାରବାହାଲରେ ପହଞ୍ଚିଲା। ଏହାପରେ […]

dharmagarh

Rakesh Mallick
  • Published: Saturday, 02 February 2019
  • , Updated: 02 February 2019, 12:38 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗାଁର ଦୀପକ ତାଣ୍ଡି (୨୨) ଗତ ୪ ମାସ ତଳେ ହାଇଦ୍ରାବାଦର କୁକୁଡାପାଡ଼ ଅଞ୍ଚଳରେ ଏକ ଚକୋଲେଟ ଫେକ୍ଟ୍ରିରେ କାମ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ ଦୀପକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଉଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗତକାଲି ସନ୍ଧ୍ୟାରେ ଦୀପକଙ୍କ ମରଶରୀର ଚାରବାହାଲରେ ପହଞ୍ଚିଲା। ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Related story