ବିଷାକ୍ତ ଖାଦ୍ୟ ଖାଇ ଶିଶୁ ମୃତ, ପରିବାରର ବାକି ୪ ଗୁରୁତର

ରାୟଗଡ଼ା (ମନୋଜ ପାତ୍ର): ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ କାଶୀପୁର ବ୍ଲକ ଅଞ୍ଚଳରେ ଜଣେ ୮ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ୪ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଅସୁସ୍ଥମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉପର କଡିଙ୍ଗା ସେବାଶ୍ରମ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ଗୌରୀ ଜାନୀ ରାତିରେ ଭାତ ଓ କୁକୁଡା ମାଂସ ରୋଷେଇ କରିଥିଲେ। ଏହାକୁ ସପରିବାରେ ଖାଇବା ପରେ ସମସ୍ତଙ୍କୁ […]

rayagada

Rakesh Mallick
  • Published: Wednesday, 02 January 2019
  • , Updated: 02 January 2019, 07:48 PM IST

ରାୟଗଡ଼ା (ମନୋଜ ପାତ୍ର): ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ କାଶୀପୁର ବ୍ଲକ ଅଞ୍ଚଳରେ ଜଣେ ୮ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ୪ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଅସୁସ୍ଥମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଉପର କଡିଙ୍ଗା ସେବାଶ୍ରମ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ଗୌରୀ ଜାନୀ ରାତିରେ ଭାତ ଓ କୁକୁଡା ମାଂସ ରୋଷେଇ କରିଥିଲେ। ଏହାକୁ ସପରିବାରେ ଖାଇବା ପରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୌରୀଙ୍କ ପୁଅ ରକି ଜାନୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅନ୍ୟମାନଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Related story