Advertisment

କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ଗୁରୁତର

ବିନିକା (ଦିଲ୍ଲୀପ ସାହୁ): କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆ ବଜାରରେ ଗୋଷ୍ଠୀ ସଂଘର୍ଷ ଓ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମାରପିଟରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜିତେନ୍ଦ୍ର ସିନ୍ଦରିଆ,ମୁନା ମଲ୍ଲିକ ଓ ସୁନୀଲ ମଲ୍ଲିକ। ମୁନାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଘର କଟକ ଜିଲ୍ଲା ନରସିଂହପୁରରେ। ସେ ବିନିକି ମନହରୀପଡ଼ାରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ। ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷ, ଛୁରାମାଡ଼ରେ ଜଣେ ଗୁରୁତର

Injured Person

Advertisment

ବିନିକା (ଦିଲ୍ଲୀପ ସାହୁ): କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆ ବଜାରରେ ଗୋଷ୍ଠୀ ସଂଘର୍ଷ ଓ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମାରପିଟରେ ଦୁଇ ଜଣ ଆହତ ହୋଇଛନ୍ତି।

Advertisment

ଆହତମାନେ ହେଲେ ଜିତେନ୍ଦ୍ର ସିନ୍ଦରିଆ,ମୁନା ମଲ୍ଲିକ ଓ ସୁନୀଲ ମଲ୍ଲିକ। ମୁନାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଘର କଟକ ଜିଲ୍ଲା ନରସିଂହପୁରରେ। ସେ ବିନିକି ମନହରୀପଡ଼ାରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ।

ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ସହରର ନୂଆ ବଜାରରେ ଜିତେନ୍ଦ୍ର, ମୁନା ଓ ସୁନୀଲଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଧୀରେ ଧୀରେ କଥା ବଢ଼ିଲା ଓ ଗୋଷ୍ଠୀ ସଂଘର୍ଷର ରୂପ ନେଲା।

Advertisment

ଗୋଷ୍ଠୀ ସଂଘର୍ଷ ମଧ୍ୟରେ କେହି ଜଣେ ମୁନା ମଲ୍ଲିକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ମୁନାଙ୍କ ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିନିକା ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe