gst
[vc_row][vc_column][vc_video link=" "][vc_column_text]ଭୁବନେଶ୍ୱର: ରାଜ୍ୟରେ ଜିଏସଟି ଲାଗୁ ନେଇ ଆଜି ବିଧାନସଭା ପରିସରରେ ଏକ କର୍ମଶାଳା ଆରମ୍ଭ ହୋଇଛି। ବିଧାୟକମାନଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। ସବୁ ଦଳର ବିଧାୟକମାନେ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟ ଅର୍ଥ ବିଭାଗର ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଜିଏସଟି ସଂପର୍କରେ ବିଧାୟକମାନଙ୍କୁ ଅବଗତ କରାଉଛନ୍ତି। ଏକକ ଟିକସ ଲାଗୁ ହେଲେ ରାଜ୍ୟର କେତେ ଲାଭ ହେବ ସେନେଇ ବିଧାୟକମାନଙ୍କୁ ଅବଗତ କରାଯାଉଛି। ବିଧାନସଭାରେ ଷ୍ଟେଟ୍ ଜିଏସଟି ବିଲ୍ ପାରିତ କରିବା ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଏବଂ ୧୯ ତାରିଖ ଦୁଇ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।
ଗତ ୧୧ ତାରିଖରେ ରାଜ୍ୟ କ୍ୟାବିନେଟରେ ଷ୍ଟେଟ୍ ଜିଏସଟି ଲାଗୁ ନେଇ ପ୍ରସ୍ତାବ ଉପରେ ମୋହର ବାଜି ସାରିଛି। ପ୍ରସ୍ତାବ ଅନୁଯାୟୀ ମୋଟ ୬ଟି ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁଥିରେ ରାଜ୍ୟ ଜିଏସଟି ଲାଗୁ ହେବ । ଏହିସବୁ ସାମଗ୍ରୀ ଭିତରେ ରହିଛି ୫ଟି ପେଟ୍ରୋଲିୟମ୍ ଉତ୍ପାଦ ଏବଂ ଅନ୍ୟଟି ଆଲକହଲ୍ ଷ୍ଟେଟ୍। ଜିଏସଟି ଛାଡ଼ ହେବାକୁ ଥିବା ୫ଟି ପେଟ୍ରୋଲିୟମ୍ ଉତ୍ପାଦ ହେଲା ପେଟ୍ରୋଲ, ଡିଜେଲ୍, କ୍ରୁଡ୍ ଅଏଲ୍, ଆଭିଏସନ୍ ଫୁଏଲ୍ ଓ ନ୍ୟାଚୁରାଲ୍ ଗ୍ୟାସ୍।
r[/vc_column_text][/vc_column][/vc_row]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us