Advertisment

ପୁଲିସ କନେଷ୍ଟବଲ ନିଯୁକ୍ତି ଦୌଡ଼ ପରୀକ୍ଷା ବେଳେ ଜଣେ ମୃତ, ୨ ଗୁରୁତର

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଓ ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜେକେପୁର ଠାରେ ଚାଲିଥିବା ଦୌଡ଼ ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
serious man

serious man

Advertisment

ପୁଲିସ କନଷ୍ଟେବଲ ନିଯୁକ୍ତି ଶାରୀରିକ ପରୀକ୍ଷା ବେଳେ ଅଘଟଣ। ନିଯୁକ୍ତି ନିମନ୍ତେ ହେଉଥିବା ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମୃତ, ୨ ଗୁରୁତର। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଓ ରାୟଗଡା ଜେକେପୁର ଠାରେ ଚାଲିଥିବା ଦୌଡ଼ ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି।

Advertisment

ଛତ୍ରପୁରରେ କନଷ୍ଟେବଲ ନିଯୁକ୍ତ ପାଇଁ ଦୌଡ଼ିବା ବେଳେ ଜଣେ ଯୁବକ ଅସୁସ୍ଥ ହେବାରୁ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏମ୍‌କେସିଜି ସ୍ଥାନାନ୍ତର କରାଯାଇଥିଲା। ହେଲେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁ’ର ଦୀପ୍ତିରଞ୍ଜନ ଦାଶ(୨୦)।

ସେହିପରି ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ପୁଲିସ କନେଷ୍ଟବଲ ନିଯୁକ୍ତି ଦୌଡ଼ ପରୀକ୍ଷା ବେଳେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଗୁରୁତର ଦୁଇ ଯୁବକଙ୍କ ଘର ଆମ୍ବାଦଳା ଓ ଗୁଣୁପୁରୁ ବୋଲି ଜଣାପଡ଼ିଛି।

Advertisment

ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ଏଥିରେ ଭାଗ ନେଇଥିବା ଏହି ଦୁଇ ଯୁବକ ଅଚେତ ହୋଇ ତଳେ ପଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।

Interview Unnatural Death Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe