Advertisment

ବ୍ରିଜ୍‌ ତଳକୁ ଖସିଲା କାର୍‌: ଜଣେ ମୃତ, ୬ ଗୁରୁତର

ମୋହନା (ମିହିର ଯତି): ବ୍ରିଜ୍‌ ତଳକୁ ଖସିପଡ଼ିଲା କାର୍‌। ଚାଲିଗଲେ ଜଣେ ବୃଦ୍ଧାଙ୍କ ଜୀବନ। ୬ ଜଣ ଏଥିରେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡ଼ା ନିକଟରେ। ମୃତ ମହିଳାଙ୍କ ନାଁ ଚିତ୍ରିତା ଦତ୍ତ। ତାଙ୍କୁ ୬୫ ବର୍ଷ ହୋଇଥିଲା। ମୃତାହତମାନେ ଗୋଟିଏ ପରିବାରର। ସେମାନେ ପଶ୍ଚିମବଙ୍ଗର ସାହାପୁରର ବାସିନ୍ଦା। ଆଜି ସେମାନେ କାର୍‌ ଯୋଗେ ସାହାପୁରରୁ ଟିକିରି ଅଭିମୁଖେ ଯାଉଥିଲେ। ଅପରାହ୍ଣ ପ୍ରାୟ ୪ଟା ୧୫ ପାଖାପାଖି ସେମାନେ […]

ଅଦ୍ୟତନ ହୋଇଛି
ବ୍ରିଜ୍‌ ତଳକୁ ଖସିଲା କାର୍‌: ଜଣେ ମୃତ, ୬ ଗୁରୁତର

car

Advertisment

ମୋହନା (ମିହିର ଯତି): ବ୍ରିଜ୍‌ ତଳକୁ ଖସିପଡ଼ିଲା କାର୍‌। ଚାଲିଗଲେ ଜଣେ ବୃଦ୍ଧାଙ୍କ ଜୀବନ। ୬ ଜଣ ଏଥିରେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡ଼ା ନିକଟରେ। ମୃତ ମହିଳାଙ୍କ ନାଁ ଚିତ୍ରିତା ଦତ୍ତ। ତାଙ୍କୁ ୬୫ ବର୍ଷ ହୋଇଥିଲା।

Advertisment

ମୃତାହତମାନେ ଗୋଟିଏ ପରିବାରର। ସେମାନେ ପଶ୍ଚିମବଙ୍ଗର ସାହାପୁରର ବାସିନ୍ଦା। ଆଜି ସେମାନେ କାର୍‌ ଯୋଗେ ସାହାପୁରରୁ ଟିକିରି ଅଭିମୁଖେ ଯାଉଥିଲେ। ଅପରାହ୍ଣ ପ୍ରାୟ ୪ଟା ୧୫ ପାଖାପାଖି ସେମାନେ ଗଜପତି ଜିଲ୍ଲା ଖାରିଗୁଡ଼ା ପାର ହେଉଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡ଼ିଥିଲା। କାର୍‌ଟି ପ୍ରାୟ ୧୫ ଫୁଟ୍ ତଳେ ପଡ଼ିଥିଲା। ଫଳରେ ଚିତ୍ରିତା ଦତ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଏକ ୨ ବର୍ଷର ଶିଶୁପୁତ୍ର ରହିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe