Advertisment

ସାପ୍ତାହିକ ହାଟକୁ ପଶି ଆସିଲା ଦନ୍ତା, ତା’ପରେ...

ବାରିପଦା (ଓଡ଼ିଶା ରିପୋର୍ଟର): ହାଟ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଲା ଦନ୍ତା। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆମ୍ବଗଡ଼ିଆ ଗାଁର ରେପା ସିଂ। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତକାଲି ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହଠାତ୍ ହାଟ ଭିତରକୁ ପଶି ଆସିଥିଲା ଏକ ଦନ୍ତାହାତୀ। ହାଟରେ ଦନ୍ତା ହାତୀକୁ ଦେଖି ଲୋକେ ଭୟଭୀତ […]

ଅଦ୍ୟତନ ହୋଇଛି
ସାପ୍ତାହିକ ହାଟକୁ ପଶି ଆସିଲା ଦନ୍ତା, ତା’ପରେ...

elephant

Advertisment

ବାରିପଦା (ଓଡ଼ିଶା ରିପୋର୍ଟର): ହାଟ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଦେଲା ଦନ୍ତା। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗଡ଼ିଆ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆମ୍ବଗଡ଼ିଆ ଗାଁର ରେପା ସିଂ। ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

Advertisment

ଗତକାଲି ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହଠାତ୍ ହାଟ ଭିତରକୁ ପଶି ଆସିଥିଲା ଏକ ଦନ୍ତାହାତୀ। ହାଟରେ ଦନ୍ତା ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ।  ନିଜ ଜୀବନ ବଞ୍ଚାଇବାକୁ ଲୋକମାନେ ହାଟ ପଡ଼ିଆ ଛାଡ଼ି ପଳାଇ ଯାଇଥିଲେ।  ହେଲେ ରେପା ସିଂ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଏକ ମୋଟର ସାଇକେଲ ପାଖରେ ଲୁଚି ଯାଇଥିଲେ। ତେବେ ହଠାତ୍‌ ମୋଟର ସାଇକେଲଟି ତାଙ୍କ ଉପରେ ପଡ଼ିଯାଇଥିଲା। ରେପା ସେଠାରୁ ବାହାରି ପାରି ନଥିଲେ। ପରେ ହାତୀଟି ଆସି ତା’ ଗୋଡ଼ରେ ମୋଟର ସାଇକେଲକୁ ଚାପି ଦେଇଥିଲା। ଫଳରେ ମୋଟର ସାଇକେଲ ତଳେ ଚାପି ହୋଇ ରେପାଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe