Advertisment

ଟ୍ରାକ୍ଟର ଓଲଟି ଜଣେ ମୃତ

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଓଡ଼ଶ ଗାଁରେ ଟ୍ରାକ୍ଟର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କହ୍ନେଇ ସେଠୀ (୬୦)। ତାଙ୍କ ଘର ଖମାର ଗାଁରେ। ସେ ପୂର୍ବତନ ସମିତି ସଭ୍ୟ ଥିଲେ। ସୂଚନାଅନୁସାରେ, ଗତକାଲି କହ୍ନେଇ ଓଡ଼ଶ ଗାଁର ଜଣେ ବ୍ୟକ୍ତିଙ୍କ ଜମିରେ ହଳ କରିବା ପାଇଁ ୨ ଜଣ ଡ୍ରାଇରଭଙ୍କ ସହ ତାଙ୍କ ଟ୍ରାକ୍ଟରକୁ ପଠାଇଥିଲେ। ହେଲେ ଜମିରେ ହଳ କରୁଥିବା ବେଳେ ଟ୍ରାକ୍ଟରଟି କାଦୁଅ […]

ଟ୍ରାକ୍ଟର ଓଲଟି ଜଣେ ମୃତ

angul

Advertisment

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଓଡ଼ଶ ଗାଁରେ ଟ୍ରାକ୍ଟର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କହ୍ନେଇ ସେଠୀ (୬୦)। ତାଙ୍କ ଘର ଖମାର ଗାଁରେ। ସେ ପୂର୍ବତନ ସମିତି ସଭ୍ୟ ଥିଲେ।

Advertisment

ସୂଚନାଅନୁସାରେ, ଗତକାଲି କହ୍ନେଇ ଓଡ଼ଶ ଗାଁର ଜଣେ ବ୍ୟକ୍ତିଙ୍କ ଜମିରେ ହଳ କରିବା ପାଇଁ ୨ ଜଣ ଡ୍ରାଇରଭଙ୍କ ସହ ତାଙ୍କ ଟ୍ରାକ୍ଟରକୁ ପଠାଇଥିଲେ। ହେଲେ ଜମିରେ ହଳ କରୁଥିବା ବେଳେ ଟ୍ରାକ୍ଟରଟି କାଦୁଅ ଭିତରେ ପଶି ଯାଇଥିଲା। ସେଠାରେ ଥିବା ୨ ଜଣ ଟ୍ରାକ୍ଟର ଡ୍ରାଇଭର ସମସ୍ତ ଚେଷ୍ଟା ଲଗାଇବା ପରେ ବି କାଦୁଅରୁ ଟ୍ରାକ୍ଟରଟିକୁ ବାହାର କରି ପାରି ନଥିଲେ। ତେବେ ଅପରାହ୍ନ ୪ଟା ବେଳେ କହ୍ନେଇ ଜମିକୁ ଯାଇ ପରିସ୍ଥିତି ଦେଖିବା ପରେ ଟ୍ରାକ୍ଟର ଷ୍ଟାର୍ଟ କରି କାଦୁଅରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଡ଼ିର ସାମନା ପଟ ଇଞ୍ଜିନ ଉପରକୁ ଉଠିଯିବାରୁ କହ୍ନେଇ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରାକ୍ଟର ଚାପି ହୋଇ ଯାଇଥିଲା।  ଖବର ପାଇ ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଳୋକଙ୍କ ସହାୟତାରେ ଟ୍ରାକ୍ଟର ବାହାର କରି କାଦୁଅ ଭିତରୁ ମୃତଦେହ ଉଦ୍ଧାର କରିଥିଲେ।

କହ୍ନେଇ ଖମାର ଗ୍ରାମ ପଞ୍ଚାୟତର ଦୁଇ ଥର ସମିତି ସଭ୍ୟ ଥିଲେ। ଏଥିସହ ସେ ସକ୍ରିୟ ରାଜନୀତି ଓ ଶ୍ରମିକ ସଂଗଠନରେ ତାଙ୍କର ଭୂମିକା ଥିଲା।  ଦୁର୍ଘଟଣାରେ କହ୍ନେଇଙ୍କ ମୃତ୍ୟୁକୁ ନେଇ ଖମାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe