ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକଜଣଙ୍କ ହେଲେ ସୋନୁ ଖଡ଼ିଆ। ଗୁରୁତର ଉମେଶ ମୁଣ୍ଡାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୋନୁ ଓ ଉମେଶ କରମଟୋଲିରେ ବୁଲାବୁଲି କରୁଥିଲେ। ଏହି ସମୟରେ ସେହି ଅଞ୍ଚଳର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ସେମାନଙ୍କର ବଚସା ହୋଇଥିଲା। ପରେ ସେହି ଯୁବକମାନେ ସଂଘବଦ୍ଧ ଭାବେ ସୋନୁ ଓ ଉମେଶଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କ୍ଷୋଭ ପରେ ବିଭାଗ ଚେତିଲା: ମେସିନ ନୁହେଁ, ଲୋକଙ୍କ ଦ୍ୱାରା କରାଅ ଏନଆରଜିଏସ୍ କାମ
ମନରେଗା ଯୋଜନାର ପ୍ରକଳ୍ପରେ ମଣିଷ ବଦଳରେ ମେସିନ୍ ଉପଯୋଗ କରାଯିବ ନାହିଁ । କେବଳ ବାର୍ଷିକ ମାଷ୍ଟର ସର୍କୁଲାର ୨୦୨୪-୨୫ରେ ଉଲ୍ଲେଖ ଥିବା ମାନଦଣ୍ଡ ଆଧାରରେ ପ୍ରକଳ୍ପ କାର୍ଯ୍ୟରେ ମେସିନ୍ ଉପଯୋଗ ହୋଇପାରିବ ।
Crime
ରାଉରକେଲାରୁ ରାଞ୍ଚି ଯାଉଥିବା ବସ୍ରୁ ଗଞ୍ଜେଇ ଜବତ
ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍। ସେହି ବସ୍କୁ ଝାଡ଼ଖଣ୍ଡ ପୁଲିସ୍ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା।
Miscellaneous
ସରକାରଙ୍କୁ ଅର୍ଥଚିନ୍ତା: ଭଡ଼ାରେ ଲାଗିବ ଅବ୍ୟବହୃତ ସରକାରୀ ଜମି ଓ କୋଠା
ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡ଼ିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି ।
Miscellaneous
କ’ଣ ପାଇଁ ଛାତ୍ରୀମାନେ ଚାଲିଲେ? ଅସନ୍ତୋଷ ଝାଡ଼ିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା
ଛାତ୍ରୀଙ୍କ ସହିତ ଭାରତୀ ନିଜ ଭାଷା(ଆଞ୍ଚଳିକ ବା ଆଦିବାସୀ)ରେ କଥା ହୋଇଥିଲେ। କେତେକ ଛାତ୍ରୀ ଭାରତୀଙ୍କୁ ସେମାନଙ୍କ ସମସ୍ୟା ବଖାଣି ଥିଲେ। ଏହା ସହ ହଷ୍ଟେଲର ପରିଚାଳନା ବାବଦରେ ଅନେକ ଅଭିଯୋଗ କରିଥିଲେ।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।