Advertisment

ଭାରସାମ୍ୟ ହରାଇ ପଥରରେ ପିଟି ହେଲେ ବାଇକ୍‌ଆରୋହୀ, ଚାଲିଗଲା ଜୀବନ

ସୁନ୍ଦରଗଡ଼ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦୁପୁର ଗ୍ରାମରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଏକ ପଲସର ବାଇକରେ ସୁବାସ ପଲେଇ ଓ ତାଙ୍କ ସାଙ୍ଗ ଗୋପବନ୍ଧୁ କୋଇଡ଼ା ଅଭିମୁଖେ ଯାଉଥିଲେ ତେହେରେଇ ମାଇନ୍ସ ନିକଟରେ ରାସ୍ତା ଖରାପ ଥିବା ଯୋଗୁଁ ଆଗରୁ ଆସୁଥିବା ଟ୍ରକକୁ ଦେଖି ସୁବାସ ନିୟନ୍ତ୍ରଣ ହରାଇ ରାସ୍ତା ତଳେ ଥିବା ପଥରରେ […]

ଭାରସାମ୍ୟ ହରାଇ ପଥରରେ ପିଟି ହେଲେ ବାଇକ୍‌ଆରୋହୀ, ଚାଲିଗଲା ଜୀବନ

bike

Advertisment

ସୁନ୍ଦରଗଡ଼ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦୁପୁର ଗ୍ରାମରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଏକ ପଲସର ବାଇକରେ ସୁବାସ ପଲେଇ ଓ ତାଙ୍କ ସାଙ୍ଗ ଗୋପବନ୍ଧୁ କୋଇଡ଼ା ଅଭିମୁଖେ ଯାଉଥିଲେ ତେହେରେଇ ମାଇନ୍ସ ନିକଟରେ ରାସ୍ତା ଖରାପ ଥିବା ଯୋଗୁଁ ଆଗରୁ ଆସୁଥିବା ଟ୍ରକକୁ ଦେଖି ସୁବାସ ନିୟନ୍ତ୍ରଣ ହରାଇ ରାସ୍ତା ତଳେ ଥିବା ପଥରରେ ପିଟି ହୋଇଯାଇଥିଲେ।

ଫଳରେ ଘଟଣାସ୍ଥଳରେ ସୁବାସ ପଲେଇଙ୍କର ମୃତ୍ୟୁ ଘଟିଛିଏବଂ ଗୋପବନ୍ଧୁ ଗୁରୁତର ଭାବରେ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ କୋଇଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Advertisment

କୋଇଡା ପୋଲିସ ଗାଡି ସହିତ ଶବକୁ ଜବତ କରି ଶବ ବିବେଛେଦ ପାଇଁ ଲହୁଣୀପଡା ସିଏଚସି କୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ଏପଟେ ପରିବାର ଲୋକ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe