ଗୋପାଳପୁର ବୁଲି ଫେରୁଥିଲେ ୬ ଇଞ୍ଜିନିୟରିଂ ଛାତ୍ର, ଘଟିଲା ମର୍ମନ୍ତୁଦ ଦୁର୍ଘଟଣା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବୁଲାବୁଲି କରିବାକୁ ଭୁବନେଶ୍ୱରରୁ ଗୋପାଳପୁର ଯାଇଥିଲେ ୬ ଇଞ୍ଜିନିୟରିଂ ଛାତ୍ର । ଆଜି ଫେରି ସ୍ୱାଭାବିକ ଭାବେ କ୍ଲାସ୍‌ କରିଥାନ୍ତେ । ହେଲେ ଫେରିବା ବାଟରେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ମୃତକ ହେଲେ ଦେବରାଜ। ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ […]

accident

  • Published: Monday, 29 August 2022
  • , Updated: 29 August 2022, 02:12 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବୁଲାବୁଲି କରିବାକୁ ଭୁବନେଶ୍ୱରରୁ ଗୋପାଳପୁର ଯାଇଥିଲେ ୬ ଇଞ୍ଜିନିୟରିଂ ଛାତ୍ର । ଆଜି ଫେରି ସ୍ୱାଭାବିକ ଭାବେ କ୍ଲାସ୍‌ କରିଥାନ୍ତେ । ହେଲେ ଫେରିବା ବାଟରେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ମୃତକ ହେଲେ ଦେବରାଜ। ଆହତମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ । ସମସ୍ତ ୬ଜଣ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାଯାଇଛି।

ଗତକାଲି ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଯାଇଥିଲେ ୫ ଛାତ୍ର । ସେଠାରେ ବୁଲାବୁଲି ସାରି ଆଜି ସକାଳେ ସେମାନେ ଭୁବନେଶ୍ୱର ଫେରୁଥିଲେ। ମାତ୍ର ଅଗସ୍ତିନୁଆଁଗାଁ ଛକ ନିକଟରେ କାର୍‌ଟି ଡିଭାଇଡରକୁ ପିଟି ଏକ ଟ୍ରକକୁ ଧକ୍କା ଦେଇଥିଲା ।  ଘଟଣା ସ୍ଥଳରେ ଦେବରାଜ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ  ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।  ଗଞ୍ଜାମ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Related story