Advertisment

ଟିପିଏସ୍‌ଏଲ୍‌ କାରଖାନା ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକ ମୃତ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆନନ୍ଦ ସାହୁ। ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ଟିପିଏସ୍‌ଏଲ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ। ଆହତ ସମସ୍ତ ଶ୍ରମିକଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଝାରସୁଗୁଡ଼ାରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଆନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ […]

author-image
Jyoshna Pradhan
ଟିପିଏସ୍‌ଏଲ୍‌ କାରଖାନା ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକ ମୃତ

jharsuguda

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆନନ୍ଦ ସାହୁ।

Advertisment

ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ଟିପିଏସ୍‌ଏଲ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ। ଆହତ ସମସ୍ତ ଶ୍ରମିକଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଝାରସୁଗୁଡ଼ାରେ ବର୍ଣ୍ଣ ୟୁନିଟ ନଥିବାରୁ ସମସ୍ତଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଆନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋରରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ୬ ଶ୍ରମିକଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ଅନ୍ୟ ୪ ଜଣ ରାଉରକେଲା ଆଇଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment