Advertisment

ଫ୍ଲାଇଂ ସ୍କ୍ୱାଡ୍ ଉପରକୁ ମହାରଥୀଙ୍କ ଫାର୍ମ ହାଉସ୍‌ରେ ଆକ୍ରମଣ ଘଟଣାର ତନାଘନା, ଜଣେ ଅଟକ

ପିପିଲି(ଦ୍ୱିତୀକୃଷ୍ଣ  ପଟ୍ଟନାୟକ):ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଏହାସହ ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ଆହତଙ୍କ ବୟାନ ଆଧାରରେ ପିପିଲି ଥାନାରେ ମାମଲା ରୁଜୁ ହୋଇଛି।ଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇଥିଲେ ବି ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ […]

ଅଦ୍ୟତନ ହୋଇଛି
ଫ୍ଲାଇଂ ସ୍କ୍ୱାଡ୍ ଉପରକୁ ମହାରଥୀଙ୍କ ଫାର୍ମ ହାଉସ୍‌ରେ ଆକ୍ରମଣ ଘଟଣାର ତନାଘନା, ଜଣେ ଅଟକ

mji

Advertisment

ପିପିଲି(ଦ୍ୱିତୀକୃଷ୍ଣ  ପଟ୍ଟନାୟକ):ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଏହାସହ ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ଆହତଙ୍କ ବୟାନ ଆଧାରରେ ପିପିଲି ଥାନାରେ ମାମଲା ରୁଜୁ ହୋଇଛି।ଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇଥିଲେ ବି ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ।

Advertisment

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି।

publive-imageଏଥିରେ ସେ ନିଜେ ଆହତ ହେବା ସହ ଏଏସ୍‌ଆ‌ଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଛନ୍ତି । ସେହିପରି ଫ୍ଲାଇଂ ସ୍କ୍ୱାଡ୍‌ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି।  ଆହତ ମାଜିଷ୍ଟ୍ରେଟ୍‌ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Advertisment

ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର  କହିଛନ୍ତି,“ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢ଼ଉ କରିଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST(ଷ୍ଟାଟିକ୍‌ ସର୍ଭିଲେନ୍ସ ଟିମ୍‌) ଟିମକୁ ଫାର୍ମ ହାଉସ ଭିତରେ  ପ୍ରଦୀପ ମହାରଥୀ ଗାଳି ଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏଥିରେ ASI ବିନୟ କୁମାର ଦାସ ଆହତ ହୋଇଛନ୍ତି। ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି। ପ୍ରାଣ ବିକଳରେ ଆମେ ୧୫ ଜଣ ଗୋଟିଏ ଗାଡ଼ିରେ ଆସିଲୁ। ଆଉ ଗୋଟିଏ ଗାଡ଼ି ଫାର୍ମ ହାଉସ୍‌ରେ ଅଛି।  ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଆମର ଏମିତି ଅବସ୍ଥା ହୋଇଛି।”

ପୁରୀ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟ୍ ଓ ପୁଲିସ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଚାଲିଥିବା ସେ କହିଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏ ସଂପର୍କରେ ମହାରଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe