Advertisment

୨ଟି ଦୁର୍ଘଟଣା: ହାଇୱାରେ ପିଟି ହେଲା କାର୍‌, ସ୍କୁଟି ଉପରେ ଚଢ଼ିଗଲା ହାଇୱା

କୁଚିଣ୍ଡା/ଯାଜପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା। ଗୋଟିଏ ସ୍ଥାନରେ ଏକ ହାଇୱାରେ ଏକ କାର ପିଟି ହୋଇଥିବା ବେଳେ ଅନ୍ୟ ସ୍ଥାନରେ ହାଇୱା ଧକ୍କାରେ ଚାଲି ଯାଇଛି ଜଣଙ୍କ ଜୀବନ। ସମ୍ବଲପୁର ଓ ଯାଜପୁର ଜିଲ୍ଲାରେ ଯଥାକ୍ରମେ ଘଟିଛି ଏହି ଦୁଇ ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଜୁନାନୀ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ଏକ କାର୍ ଧକ୍କା ଦେବାରୁ ୬ […]

author-image
Tapaswini Nayak
ଅଦ୍ୟତନ ହୋଇଛି
୨ଟି ଦୁର୍ଘଟଣା: ହାଇୱାରେ ପିଟି ହେଲା କାର୍‌, ସ୍କୁଟି ଉପରେ ଚଢ଼ିଗଲା ହାଇୱା

Car

କୁଚିଣ୍ଡା/ଯାଜପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା। ଗୋଟିଏ ସ୍ଥାନରେ ଏକ ହାଇୱାରେ ଏକ କାର ପିଟି ହୋଇଥିବା ବେଳେ ଅନ୍ୟ ସ୍ଥାନରେ ହାଇୱା ଧକ୍କାରେ ଚାଲି ଯାଇଛି ଜଣଙ୍କ ଜୀବନ। ସମ୍ବଲପୁର ଓ ଯାଜପୁର ଜିଲ୍ଲାରେ ଯଥାକ୍ରମେ ଘଟିଛି ଏହି ଦୁଇ ଦୁର୍ଘଟଣା।

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଜୁନାନୀ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ଏକ କାର୍ ଧକ୍କା ଦେବାରୁ ୬ ଜଣ ଆହତ ହୋଇଛନ୍ତି।  ସେମାନେ ହେଲେ ସୌଭାଗ୍ୟ କୁମାର ସାହୁ, ସରୋଜ ବେହେରା, ଶିବାନୀ ସାହୁ, ମନ୍ଦାକିନି ସାହୁ, ସଞ୍ଜିତା ସାହୁ ଓ  ଗଣେଶ୍ୱର ସାହୁ। ସମସ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ଝାରସୁଗୁଡ଼ାରୁ ପାଲଲହଡ଼ାକୁ କୌଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।

ସେହିପରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚାନ୍ଦପୁର ନିକଟରେ ଏକ ସ୍କୁଟିକୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଭଞ୍ଜନ ରାଉଳ। ତାଙ୍କ ଘର ସ୍ଥାନୀୟ କଟିକଟା ଅଞ୍ଚଳରେ।

Advertisment

ଆଜି ସକାଳେ ପ୍ରଭଞ୍ଜନ ସ୍କୁଟି ଯୋଗେ ଯାଜପୁର ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ହାଇୱାଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ପ୍ରଭଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଯାଜପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ହାଇୱାଟି ଯାଜପୁରରୁ ବାଲି ନେଇ ମଙ୍ଗଳପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଥିଲେ।

Accident Roadaccident