Advertisment

ଶୋଇଥିବା ବେଳେ ଘର ଉପରେ ପଡ଼ିଲା ଗଛ ଓ ପାଚେରି; ଜଣେ ମୃତ, ୨ଆହତ

ଜଳେଶ୍ୱର(ଅଜିତ ଦାସ): ମୃତ୍ୟୁ କେତେବେଳେ ଆସେ କେମିତି ଆସେ ଜାଣି ହୁଏ ନାହିଁ। ଏପରି ଘଟଣା ଘଟିଯାଇଛି ଏକ ପରିବାର ସାଙ୍ଗରେ। ଘରେ ବାପାମା’ ୩ ଛୁଆ ଶୋଇଥିବା ବେଳେ ଘର ଉପରେ  ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି ଓ ଗଛ। କାନ୍ଥ ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ମଧୁପୁରା ଗାଁରେ। ମୃତ […]

ଅଦ୍ୟତନ ହୋଇଛି
ଶୋଇଥିବା ବେଳେ ଘର ଉପରେ ପଡ଼ିଲା ଗଛ ଓ ପାଚେରି; ଜଣେ ମୃତ, ୨ଆହତ

balasore

Advertisment

ଜଳେଶ୍ୱର(ଅଜିତ ଦାସ): ମୃତ୍ୟୁ କେତେବେଳେ ଆସେ କେମିତି ଆସେ ଜାଣି ହୁଏ ନାହିଁ। ଏପରି ଘଟଣା ଘଟିଯାଇଛି ଏକ ପରିବାର ସାଙ୍ଗରେ। ଘରେ ବାପାମା’ ୩ ଛୁଆ ଶୋଇଥିବା ବେଳେ ଘର ଉପରେ  ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି ଓ ଗଛ। କାନ୍ଥ ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ମଧୁପୁରା ଗାଁରେ। ମୃତ ଶିଶୁ କନ୍ୟା ଜଣଙ୍କ ହେଲେ ସମିନା ଖାତୁନ। ତାଙ୍କୁ ୪ବର୍ଷ ହୋଇଥିଲା। ଅମିନା ଖାତୁନ ଓ ସେକ୍ ଆରେନ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ବାପା ସେକ୍ ଆନସାର ଓ ତାଙ୍କ ପତ୍ନୀଙ୍କର କିଛି ହୋଇନାହିଁ।

Advertisment

ସେକ୍ ଆନସାରଙ୍କ ଘର ମଧୁପୁର ସରକାରୀ ବିଦ୍ୟାଳୟ ନିକଟରେ। ଗତକାଲି ବିଳମ୍ବିତ ରାତିରେ ସ୍କୁଲ ପାଚେରି ଉପରେ ଏକ ଗଛ ଭାଙ୍ଗି ପଡ଼ିଥିଲା। ପାଚେରିଟି ଭାରସାମ୍ୟ ହରାଇ ସେକ୍ ଆନସାରଙ୍କ ଘର ଉପରେ ପଡ଼ି ଯାଇଥିଲା। ଏହାସହ  ପାଚେରି ଉପରେ ଭାଙ୍ଗି ପଡ଼ିଥିବା ଗଛଟି ମଧ୍ୟ ଘର ଉପରେ ପଡ଼ିଯାଇଥଲା।। ସେହି ସମୟରେ ସେକ୍ ଆନସାର ତାଙ୍କ ପତ୍ନୀ ଓ ତାଙ୍କ ୩ଛୁଆ ଘରେ ଶୋଇଥିଲେ।

କାନ୍ଥ ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ୨ ପିଲା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମିନାଙ୍କୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଡ୍‌କ୍ରସ ପକ୍ଷରୁ ସେକ୍ ଆନସାରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାସହ ଏକ ପକ୍କା ଘର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Advertisment

ଲଘୁଚାପ ଜନିତ ବର୍ଷା ରାଜ୍ୟରେ ଲାଗି ରହିଛି।  ଫଳରେ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe