Advertisment

ଟ୍ରକକୁ ଧକ୍କା ଦେଲା ଟ୍ରକ୍

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଏକ ଟ୍ରକକୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ମୃତାହତ ଦ୍ୱୟ ଟ୍ରକ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି। ଆହତ ଡ୍ରାଇଭରଙ୍କୁ ବଡ଼ଚଣା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ଆଜି ଭୋର ସମୟରେ ଏକ ଟ୍ରକ୍‌ କଟକରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା। ଏହି ସମୟରେ ବଡ଼ଚଣା ଛକ ନିକଟରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଟ୍ରକକୁ ଧକ୍କା ଦେଲା ଟ୍ରକ୍

accident

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଏକ ଟ୍ରକକୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ମୃତାହତ ଦ୍ୱୟ ଟ୍ରକ୍‌ ଡ୍ରାଇଭର ବୋଲି ଜଣାପଡ଼ିଛି। ଆହତ ଡ୍ରାଇଭରଙ୍କୁ ବଡ଼ଚଣା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ଭୋର ସମୟରେ ଏକ ଟ୍ରକ୍‌ କଟକରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା। ଏହି ସମୟରେ ବଡ଼ଚଣା ଛକ ନିକଟରେ ପଛରୁ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଆଗରେ ଯାଉଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଆଗ  ଟ୍ରକ୍‌ ଡ୍ରାଇଭର ତଳେ ଛିଟିକି ପଡ଼ି ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଥିଲା। ପଛ ଟ୍ରକର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲା।

ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି  କଟର ସାହାଯ୍ୟରେ ଟ୍ରକର ଡୋରକୁ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Advertisment

ବଡ଼ଚଣା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Accident Roadaccident