Advertisment

ଶନିବାର ଓ ରବିବାର ଶଟ୍‌ଡାଉନ୍‌, ଘଣ୍ଟାଏ କୋହଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହେଉଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ବେଳେ ଏଥିରେ ସାମାନ୍ୟ କୋହଳ କରାଯାଇଛି। ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ […]

ଅଦ୍ୟତନ ହୋଇଛି
ଶନିବାର ଓ ରବିବାର ଶଟ୍‌ଡାଉନ୍‌, ଘଣ୍ଟାଏ କୋହଳ

shut-down

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହେଉଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ବେଳେ ଏଥିରେ ସାମାନ୍ୟ କୋହଳ କରାଯାଇଛି।

Advertisment

ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ଆଜି ରାତିର ନାଇଟ୍‌ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ଶଟ୍‌ଡାଉନ୍ ଆରମ୍ଭ ହୋଇଯିବ। ଏହି ଶଟ୍‌ଡାଉନ୍‌ ସୋମବାର ସକାଳ ପର୍ଯ୍ୟନ୍ତ ରହିବ।

Advertisment

ସେ ଆହୁରି କହିଛନ୍ତି, ଯେଉଁମାନେ ପଶ୍ଚିମବଙ୍ଗରୁ ଫେରୁଛନ୍ତି ବା ଯାଇ ଆସୁଛନ୍ତି ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଥିବ ବା ୨ ଡୋଜ୍ ଟିକା ନେଇଥିବେ, ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହିପରି ଯେଉଁମାନଙ୍କର ରିପୋର୍ଟ ନଥିବା ବା ଯେଉଁମାନେ ଟିକା ନେଇ ନଥିବେ, ସେମାନେ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରହିବେ। ଆଉ ଯେଉଁମାନେ ହୋମ୍‌ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବେ, ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe