/odisha-reporter/media/post_attachments/uploads/2020/06/odisha-corona.jpg)
odisha-corona
ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ସବ୍ଡିଭିଜନ୍ ଅଧୀନ ଏକ ଥାନାର ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଥାନାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏନେଇ ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି।
Advertisment
ଏଥିସହ ଏହି ଥାନାର ଆଉ ୭ରୁ ୮ କର୍ମଚାରୀ ଜ୍ୱରରେ ପୀଡ଼ିତ ଥିବା ସୂଚନା ମିଳିଛି। ତେଣୁ ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି। କାଲିଠୁ ଥାନା ଭିତରେ ସମସ୍ତ କର୍ମଚାରୀ ରହିଛନ୍ତି।
ସେହିପରି ନିକଟରେ ଆଠଗଡ଼ ଏସ୍ଡିପିଓ ଥାନାକୁ ଆସିଥିବାରୁ ତାଙ୍କର ମଧ୍ୟ ସ୍ୱାବ୍ ଟେଷ୍ଟ ହେବ। ଏହାସହ ୨ ଡ୍ରାଇଭରଙ୍କର ମଧ୍ୟ ସ୍ୱାବ୍ ଟେଷ୍ଟ ହେବ ବୋଲି ଏସ୍ଡିପିଓ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
