/odisha-reporter/media/post_attachments/uploads/2022/06/accident-2.jpg)
accident
ବିନିକା(ଓଡ଼ିଶା ରିପୋର୍ଟର): ସୋନପୁର ଜିଲ୍ଲା ଫୁଲମୁଠି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ଗାଡ଼ି ଚାଳକ ବୋଲି ଜଣାଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ଗାଜର ବୋଝେଇ ଟ୍ରକ୍ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଫୁଲମୁଠି ଛକ ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିଥିଲା।
ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଆହତ ଡ୍ରାଇଭରକୁ ଗାଡ଼ିର କାଚ ଭାଙ୍ଗି ବାହାରକୁ ଆଣିଥିଲେ। ଦୁର୍ଘଟଣାରେ ଗାଡ଼ିର ଆଗ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
