Advertisment

ବିଲକୁ ଓଲଟି ପଡ଼ିଲା ଗାଜର ବୋଝେଇ ଟ୍ରକ୍

ବିନିକା(ଓଡ଼ିଶା ରିପୋର୍ଟର): ସୋନପୁର ଜିଲ୍ଲା ଫୁଲମୁଠି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ଗାଡ଼ି ଚାଳକ ବୋଲି ଜଣାଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଗାଜର ବୋଝେଇ ଟ୍ରକ୍‌ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଫୁଲମୁଠି ଛକ ନିକଟରେ ଭାରସାମ୍ୟ  ହରାଇ ବିଲ ଭିତରକୁ  ଓଲଟି ପଡ଼ିଥିଲା। […]

ଅଦ୍ୟତନ ହୋଇଛି
ବିଲକୁ ଓଲଟି ପଡ଼ିଲା ଗାଜର ବୋଝେଇ ଟ୍ରକ୍

accident

Advertisment

ବିନିକା(ଓଡ଼ିଶା ରିପୋର୍ଟର): ସୋନପୁର ଜିଲ୍ଲା ଫୁଲମୁଠି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ଗାଡ଼ି ଚାଳକ ବୋଲି ଜଣାଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଗାଜର ବୋଝେଇ ଟ୍ରକ୍‌ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଫୁଲମୁଠି ଛକ ନିକଟରେ ଭାରସାମ୍ୟ  ହରାଇ ବିଲ ଭିତରକୁ  ଓଲଟି ପଡ଼ିଥିଲା।

ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଆହତ ଡ୍ରାଇଭରକୁ ଗାଡ଼ିର କାଚ ଭାଙ୍ଗି ବାହାରକୁ ଆଣିଥିଲେ। ଦୁର୍ଘଟଣାରେ ଗାଡ଼ିର ଆଗ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe