Advertisment

ଦେଶୀ ମଦ ଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୁପ୍‌ସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଏକ ଦେଶୀ ମଦ ଭାଟି ବନ୍ଦକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା କୁହାଯାଉଛି। ଗତକାଲି ଅବକାରୀ ବିଭାଗ ରୁପ୍‌ସା ଅଞ୍ଚଳରେ ଥିବା ଏକ ଦେଶୀ ମଦ ଭାଟିକୁ ସିଲ୍‌ କରିଥିଲା। ଏହାପରେ ଏହି ଘଟଣାକୁ […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ଦେଶୀ ମଦ ଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ

groupclash

ଜଳେଶ୍ୱର (ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୁପ୍‌ସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଏକ ଦେଶୀ ମଦ ଭାଟି ବନ୍ଦକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା କୁହାଯାଉଛି।

Advertisment

ଗତକାଲି ଅବକାରୀ ବିଭାଗ ରୁପ୍‌ସା ଅଞ୍ଚଳରେ ଥିବା ଏକ ଦେଶୀ ମଦ ଭାଟିକୁ ସିଲ୍‌ କରିଥିଲା। ଏହାପରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣ କରିବା ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉକ୍ତ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।