/odisha-reporter/media/post_attachments/uploads/2021/08/bbsr-accident.jpg)
bbsr-accident
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲେରୋ ଧକ୍କାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରର ବାଣୀବିହାର ନିକଟସ୍ଥ ସତସଙ୍ଗ ବିହାର ଛକରେ ଆଜି ଘଟିଛି ଏହି ଦୁର୍ଘଟଣା। ଆହତ ପୁଲିସ୍ କର୍ମଚାରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ରଖାଯାଇଛି।
Advertisment
ଏହି ପୁଲିସ କର୍ମଚାରୀଙ୍କ ଜଣଙ୍କ ବୁଲେଟରେ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଧକ୍କା ଦେବା ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
ଦୁର୍ଘଟଣା ଘଟାଇଥିବା ବୋଲେରୋର ବସିଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ପୁଲିସ୍ ଜଣଙ୍କୁ ଧରି ଅଟକ ରଖିଛି। ଡ୍ରାଇଭର ସହ ବୋଲେରୋରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ମଦ ପିଇଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
