Advertisment

ଦୁର୍ଘଟଣା ପରେ ଖୋଲିଗଲା ମୁଖା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ପ୍ରଥମେ ମେଣ୍ଢାକୁ ଧକ୍କା ଦେଲେ। ତା’ପରେ ଜଣେ ସାଇକେଲ୍ ଚାଳକଙ୍କୁ ପିଟି ଦେଲେ। ମେଣ୍ଢା ମରିଗଲା। ସାଇକେଲ୍ ଚାଳକ ଆହତ ହେଲେ। ଏହା ପରେ ଲୋକଙ୍କ ହାବୁଡ଼ରେ ପଡ଼ିବା ପୂର୍ବରୁ ବାଇକ୍ ଚଲାଉଥିବା ଲୋକଟି ଫେରାର ହୋଇଗଲା। କିନ୍ତୁ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଧରାପଡ଼ିଗଲେ। ତେବେ ବାଇକ୍‌ରେ ଥିବା ବ୍ୟାଗ୍ ଖୋଲିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। କାରଣ ସେହି ବ୍ୟାଗ୍‌ରେ ଥିଲା ଗଞ୍ଜେଇ। […]

ଅଦ୍ୟତନ ହୋଇଛି
ଦୁର୍ଘଟଣା ପରେ ଖୋଲିଗଲା ମୁଖା

Accident

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ପ୍ରଥମେ ମେଣ୍ଢାକୁ ଧକ୍କା ଦେଲେ। ତା’ପରେ ଜଣେ ସାଇକେଲ୍ ଚାଳକଙ୍କୁ ପିଟି ଦେଲେ। ମେଣ୍ଢା ମରିଗଲା। ସାଇକେଲ୍ ଚାଳକ ଆହତ ହେଲେ। ଏହା ପରେ ଲୋକଙ୍କ ହାବୁଡ଼ରେ ପଡ଼ିବା ପୂର୍ବରୁ ବାଇକ୍ ଚଲାଉଥିବା ଲୋକଟି ଫେରାର ହୋଇଗଲା। କିନ୍ତୁ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଧରାପଡ଼ିଗଲେ। ତେବେ ବାଇକ୍‌ରେ ଥିବା ବ୍ୟାଗ୍ ଖୋଲିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। କାରଣ ସେହି ବ୍ୟାଗ୍‌ରେ ଥିଲା ଗଞ୍ଜେଇ।

Advertisment

ଘଟଣାଟି ଘଟିଛି ବଲାଙ୍ଗିରଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ନିକଟରେ। ଆଜି ସକାଳ ପ୍ରାୟ ୭ଟା ବେଳେ ଦୁଇ ଜଣ ବାଇକ୍ ଆରୋହୀ ଦ୍ରୁତଗତିରେ ବେଲଗାଁ ପଟୁ ଟିଟିଲାଗଡ଼ ଆଡ଼କୁ ଯାଉଥିବାଳେ ତରସିଂହ ଗାଁ ନିକଟରେ ଗୋଟିଏ ମେଣ୍ଢାକୁ ଧକ୍କା ଦେଇଥିଲେ। ମେଣ୍ଢାଟି ଘଟଣାସ୍ଥଳରେ ମରି ଯାଇଥିଲା। ତା’ପରେ ପରେ ସେମାନେ ଜଣେ ସାଇକେଲ୍ ଆରୋହୀଙ୍କୁ ପିଟି ଦେଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି।

ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେବା ପରେ ବାଇକ୍ ଛାଡ଼ି ଚାଳକ ଜଣଙ୍କ ଖସି ପଳାଇଥିଲେ। ତେବେ ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଲୋକେ ବାଇକ୍‌ରେ ଥିବା ବ୍ୟାଗ୍‌ଟିକୁ ଯାଞ୍ଚ କଲା ବେଳେ ସେଥିରେ ୮ ପ୍ୟାକେଟ୍ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବାଇକ୍ ଓ ଗଞ୍ଜେଇ ଜବତ କରିଛି। ପୁଲିସ୍ ପକ୍ଷରୁ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ। ତଦନ୍ତ ଜାରି ରହିଥିବାରୁ ପୁଲିସ୍ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe