Advertisment

ମହଙ୍ଗା ପଡ଼ିଲା ଡିନାମାଇଟ୍ ଫୁଟାଇ ମାଛ ମାରିବା

ବୌଦ୍ଧ (ଦୀପକ ଅଦର): ଡିନାମାଇଟ୍ ଫୁଟାଇ ମାଛ ଧରୁଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧର ମହାନଦୀ ହନୁମାନ ଘାଟରେ। ଆହତ ବ୍ୟକ୍ତିଙ୍କ ନାଁ ସୁରଥ ଭୋକ୍ତା। ସେ ଜଣେ ଡ୍ରାଇଭର। ତାଙ୍କ ଘର ବୌଦ୍ଧ ଥାନା ଅନ୍ତର୍ଗତ ଲାଣ୍ଡିବନ୍ଧ ଗାଁରେ। ଆଜି ମାଛ ମାରିବା ପାଇଁ କିଛି ବନ୍ଧୁଙ୍କ ସହିତ ସେ ମହାନଦୀର ହନୁମାନ ଘାଟକୁ ଯାଇଥିଲେ। ମାଛ ମାରିବା ପାଇଁ ପ୍ରଥମେ ଗୋଟିଏ ଡିନାମାଇଟ୍‌ରେ ନିଆଁ ଲଗାଇ ନଦୀକୁ […]

ମହଙ୍ଗା ପଡ଼ିଲା ଡିନାମାଇଟ୍ ଫୁଟାଇ ମାଛ ମାରିବା

Mahanadi

Advertisment

ବୌଦ୍ଧ (ଦୀପକ ଅଦର): ଡିନାମାଇଟ୍ ଫୁଟାଇ ମାଛ ଧରୁଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧର ମହାନଦୀ ହନୁମାନ ଘାଟରେ।

Advertisment

ଆହତ ବ୍ୟକ୍ତିଙ୍କ ନାଁ ସୁରଥ ଭୋକ୍ତା। ସେ ଜଣେ ଡ୍ରାଇଭର। ତାଙ୍କ ଘର ବୌଦ୍ଧ ଥାନା ଅନ୍ତର୍ଗତ ଲାଣ୍ଡିବନ୍ଧ ଗାଁରେ। ଆଜି ମାଛ ମାରିବା ପାଇଁ କିଛି ବନ୍ଧୁଙ୍କ ସହିତ ସେ ମହାନଦୀର ହନୁମାନ ଘାଟକୁ ଯାଇଥିଲେ। ମାଛ ମାରିବା ପାଇଁ ପ୍ରଥମେ ଗୋଟିଏ ଡିନାମାଇଟ୍‌ରେ ନିଆଁ ଲଗାଇ ନଦୀକୁ ଫିଙ୍ଗି ଥିଲେ। ତେବେ ତାହା ଫୁଟି ନଥିଲା। ତା’ପରେ ସେ ଆଉ ଗୋଟିଏ ଡିନାମାଇଟ୍‌ରେ ନିଆଁ ଲଗାଇ ନଦୀକୁ ଫିଙ୍ଗିଥିଲେ। ତାହା ଫୁଟିଥିଲା। ଏହା ପରେ ସୁରଥ ପାଣିରେ ପଶି ମାଛ ଧରୁଥିବା ବେଳେ ପ୍ରଥମେ ଫିଙ୍ଗିଥିବା ଡିନାମାଇଟ୍‌ଟି ଫୁଟି ଯାଇଥିଲା।

ଏହି ବିସ୍ଫୋରଣରେ ସୁରଥଙ୍କ ପାପୁଲି ଛିଣ୍ଡି ଯାଇଥିବା ବେଳେ ଛାତି ଓ ମୁହଁ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅନ୍ୟପକ୍ଷରେ ସୁରଥଙ୍କ ସହିତ ମାଛ ମାରିବାକୁ ଯାଇଥିବା ତାଙ୍କର ବନ୍ଧୁମାନେ ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe