Advertisment

ବଲାଙ୍ଗିର: ସଇଁନ୍ତଲା ନିକଟରେ ଟ୍ରେନରୁ ଡେଇଁ ଦାଦନ ଶ୍ରମିକ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ରେଳଷ୍ଟେସନ ନିକଟରେ ରବିବାର ଚଳନ୍ତା ଟ୍ରେନରୁ ଡେଇଁ ଜଣେ ଦାଦନ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ବରଗଡ ଜିଲ୍ଳା ବରାହଗୁଡା ଗାଁର କାହ୍ନୁଦଳ ମେଘ। ସେ ତାଙ୍କ ତାଙ୍କ ପରିବାର ସହ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। ସେଠାରେ ତାଙ୍କୁ ଇଟାଭାଟି ମାଲିକ ଶାରୀରିକ ନିର୍ଯାତନା ଦେବା ସହିତ ବାକି ଟଙ୍କ। ପଇସା ଦେଇ ନ ଥିଲା। ଫଳରେ ସେଠାରୁ ଲୁଚି ପଳାଇ ଆସିଥିଲେ କାହ୍ନୁ ଓ ତାଙ୍କ ପରିବାର। […]

ବଲାଙ୍ଗିର: ସଇଁନ୍ତଲା ନିକଟରେ ଟ୍ରେନରୁ ଡେଇଁ ଦାଦନ ଶ୍ରମିକ ଗୁରୁତର

train

Advertisment

trainବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ରେଳଷ୍ଟେସନ ନିକଟରେ ରବିବାର ଚଳନ୍ତା ଟ୍ରେନରୁ ଡେଇଁ ଜଣେ ଦାଦନ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ବରଗଡ ଜିଲ୍ଳା ବରାହଗୁଡା ଗାଁର କାହ୍ନୁଦଳ ମେଘ। ସେ ତାଙ୍କ ତାଙ୍କ ପରିବାର ସହ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। ସେଠାରେ ତାଙ୍କୁ ଇଟାଭାଟି ମାଲିକ ଶାରୀରିକ ନିର୍ଯାତନା ଦେବା ସହିତ ବାକି ଟଙ୍କ। ପଇସା ଦେଇ ନ ଥିଲା। ଫଳରେ ସେଠାରୁ ଲୁଚି ପଳାଇ ଆସିଥିଲେ କାହ୍ନୁ ଓ ତାଙ୍କ ପରିବାର। ସିକନ୍ଦରାବାଦରୁ ଟିଟିଲାଗଡ ପର୍ଯ୍ୟନ୍ତ ସେ ଟିକେଟ୍ କରିଥିଲେ। କିନ୍ତୁ ଟିଟିଲାଗଡରୁ ବରଗଡ ପର୍ଯ୍ୟନ୍ତ ବିନା ଟିକେଟରେ ନାଗାବଳୀ ଏକ୍ସପ୍ରେସରେ ଆସୁଥିଲେ। ଟ୍ରେନରେ ଟିଟିଆଇଙ୍କୁ ଦେଖି ଭୟଭୀତ କାହ୍ନୁ ସଇଁନ୍ତଳା ରେଳଷ୍ଟେସନ୍ ନିକଟରେ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ କାହ୍ନୁଙ୍କୁ ସଇଁନ୍ତଳା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଅଣାଯାଇଥିଲା। ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Advertisment

ଗୁରୁତର କାହ୍ନୁଦଳ ମେଘ କହିଛନ୍ତି,“ ମୁଁ ମୋ ପରିବାର ସହ ସକନ୍ଦରାବାଦକୁ ଇଟାଭାଟିରେ କାମ କରିବାକୁ ଯାଇଥିଲି। ସେଠାରେ ଇଟାଭାଟି ମାଲିକ ଶାରୀରିକ ନିର୍ଯାତନା ଦେବା ସହିତ ଟଙ୍କ। ପଇସା ଦେଲାନି। ଆହୁରି ୨ରୁ ୩ ମାସ ରଖି କାମ କରିବାକୁ ଜବରଦସ୍ତୀ କଲା। ଫଳରେ ମୁଁ ଓ ମୋ ପରିବାର ସେଠାରୁ ଲୁଚି ପଳାଇ ଆସିଲୁ। ସିକନ୍ଦରାବାଦରୁ ଟିଟିଲାଗଡ ପର୍ଯ୍ୟନ୍ତ ମୁଁ ଟିକେଟ୍ କରିଥିଲି। ଆଉ ପଇସା ନ ଥିବାରୁ ଟିଟଲାଗଡରୁ ବରଗଡ ଯାଏଁ ଟିକେଟ କରିପାରି ନଥିଲି। ଟିଟିଇକୁ ଡରି ଡେଇଁ ପଡିଲି। ଗୋଡ ଓ ମୁଣ୍ଡରେ ଆହତ ଲାଗିଛି।”

ବଲାଙ୍ଗିର ଜିଆରପି ଥାନା ଅଧିକାରୀ କମଳନାଥ ଖାଲ୍କୋ କହିଛନ୍ତି,“ଟ୍ରେନ୍‌ରୁ ଡେଇଁ ପଡିବା ନେଇ କିଛି ଅଭିଯୋଗ ଆମ ନିକଟକୁ ଆସିନାହିଁ। ଆମେ ବହାରୁ ଶୁଣୁଛୁ ଯେ ଜଣେ ଶ୍ରମିକ ଟ୍ରେନ୍‌ରୁ ଖସିପଡିଛି। ଆମେ ମେଡିକାଲକୁ ଯାଇ ତଦନ୍ତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe