/odisha-reporter/media/post_attachments/uploads/2022/11/Untitled-1-60.jpg)
accident
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଜାଭିୟର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ଟି ଦ୍ରୁତ ଗତିରେ ଆସି ଟ୍ରାଫିକ୍ ପୋଷ୍ଟରେ ପିଟି ହୋଇଯିବାରୁ ଗାଡ଼ି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।
Advertisment
ଆଜି ସକାଳେ କାର୍ଟି ନାଲକୋ ଛକରୁ ଜୟଦେବ ବିହାର ଅଭିମୁଖେ ଆସୁଥିଲା। ଏହି ସମୟରେ ଜାଭିୟର ଛକ ନିକଟରେ ଥିବା ଟ୍ରାଫିକ ପୋଷ୍ଟରେ କାର୍ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଗାଡ଼ିଟି ଟ୍ରାଫିକ ପୋଷ୍ଟରେ ପିଟିହେବା ପରେ ତାହା ଭାଙ୍ଗି ଯାଇଥିଲା। ଏହାସହ କାର୍ଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରୁ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କାର୍ରେ ଚାଳକଙ୍କ ବ୍ୟତିତ ଅନ୍ୟ କେହି ନଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
