Advertisment

ଭାତ ଖାଉଥିବା ବେଳେ ଭୁଶୁଡ଼ିଲା ମାଟି କାନ୍ଥ, ଜଣେ ଶିଶୁ ମୃତ ଓ ୨ ଗୁରୁତର

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ଘର ଭିତରେ ଗୋଟିଏ ଥାଳିରେ ବଢ଼ା ଯାଇଥିଲା ଭାତ। ଭାଇଭଉଣୀମାନଙ୍କ ସହିତ ବସି ଖୁବ ଆନନ୍ଦରେ ଖାଉଥିଲା।  ହେଲେ ହଠାତ୍ ମୃତ୍ୟୁ ଉପସ୍ଥିତ ହେଲା। ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଲା। ଚାଲିଗଲା ତା ଜୀବନ। ଏମିତି ଭାବେ ପ୍ରାଣ ହରାଇଥିବା ଶିଶୁ ପୁତ୍ରଟିକୁ ମାତ୍ର ୩ ବର୍ଷ ହୋଇଥିଲା। ଆଜି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଲକପୋଖରୀ ଦୁଧିଝରଣ ଦଲକିସାହି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁଟିର ନାଁ […]

ଅଦ୍ୟତନ ହୋଇଛି
ଭାତ ଖାଉଥିବା ବେଳେ ଭୁଶୁଡ଼ିଲା ମାଟି କାନ୍ଥ, ଜଣେ ଶିଶୁ ମୃତ ଓ ୨ ଗୁରୁତର

Mati-kanta

Advertisment

ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ଘର ଭିତରେ ଗୋଟିଏ ଥାଳିରେ ବଢ଼ା ଯାଇଥିଲା ଭାତ। ଭାଇଭଉଣୀମାନଙ୍କ ସହିତ ବସି ଖୁବ ଆନନ୍ଦରେ ଖାଉଥିଲା।  ହେଲେ ହଠାତ୍ ମୃତ୍ୟୁ ଉପସ୍ଥିତ ହେଲା। ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଲା। ଚାଲିଗଲା ତା ଜୀବନ। ଏମିତି ଭାବେ ପ୍ରାଣ ହରାଇଥିବା ଶିଶୁ ପୁତ୍ରଟିକୁ ମାତ୍ର ୩ ବର୍ଷ ହୋଇଥିଲା। ଆଜି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଲକପୋଖରୀ ଦୁଧିଝରଣ ଦଲକିସାହି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।

Advertisment

ମୃତ ଶିଶୁଟିର ନାଁ ଗଣେଶ ଦେହୁରୀ। ଏଥିରେ ତା'ର ଆଉ ଦୁଇ ଜଣ ଭାଇଭଉଣୀ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଦିନ ପ୍ରାୟ୯ ଟା ବେଳେ ମା’ ଭାତ ବାଢ଼ି ଦେଇଥିଲେ। ଏମାନେ ବସି ଭାତ ଖାଉଥିଲେ। ସେହି ସମୟରେ ଉକ୍ତ ଘରର ମାଟି କାନ୍ଥ ହାଠତ୍ ଭୁଶୁଡି ପଡ଼ିଥିଲା। କାନ୍ଥ ତଳେ ତିନି ଜଣ ଦବି ଯାଇଥିଲେ। ଅନ୍ୟଜଣେ ଅଳ୍ପକେ ବର୍ତ୍ତିଯାଇ ଥିଲେ। ଚିତ୍କାର ଶୁଣିବାରୁ ପରିବାର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। ମାଟି ତଳେ ଦବି ହୋଇ ରହିଥିବା ତିନି ଶିଶୁଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବାଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଗଣେଶକୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ବାଦାମପାହାଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ମୃତ ଶିଶୁପୁତ୍ରର ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Advertisment

ଦୀର୍ଘଦିନ ହେବ ଏହି ଗରିବ ପରିବାର ମାଟି ଘରେ ରହୁଥିଲେ। ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଲେନାହିଁ। ଫଳରେ ଏଭଳି ଦୁଃଖଦ ଘଟଣା ଘଟିଛି, ଯାହା ସରକାରୀ ଦାୟିତ୍ୱହୀନତାକୁ ପଦାରେ ପକାଇଛି। ଏହି ଦାୟିତ୍ୱହୀନତା ନିମନ୍ତେ ଗୋଟିଏ ପରିବାର ଛାରଖାର ହୋଇଯାଇଛି। କୋମଳମତି ଶିଶୁଟି ସମାଜକୁ ଚିହ୍ନିବା ଆଗରୁ ନିଶ୍ୱାସ ତ୍ୟାଗ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe