/odisha-reporter/media/post_attachments/uploads/2022/10/lali.jpg)
lali
ମୋହନା(ଓଡ଼ିଶା ରିପୋର୍ଟର): ଲଲିପପ୍ ଖାଇ ୮ ବର୍ଷର ନାବାଳକ ମୃତ। ଗଜପତି ଜିଲ୍ଲା ମୋହନା ଥାନା ଡ଼ିମ୍ବିରିଖୋଳି ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣକ ବାସୁଦେବ ଶବରଙ୍କ ୮ ବର୍ଷର ପୁଅ ବୈକୁଣ୍ଠ ଶବର। ଏନେଇ ମୋହନା ଥାନାରେ ଅଭିଯୋଗ ପରେ ପୁଲିସ ଲଲିପପ୍ ଦେଇଥିବା ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି।
Advertisment
ମୃତ ଶିଶୁର ମା ପ୍ରମିଳା ଶବରଙ୍କ ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟାରେ ଗାଁର କିଶୋର ଦଳବେହେରାଙ୍କ ଦୋକାନକୁ ଲଲିପପ କିଣିବାକୁ ଯାଇଥିଲା ପୁଅ।ଦୋକାନ ମାଲିକ ତାଙ୍କ ପୁଅକୁ ଡାକି ନେଇ ଘରେ ରଖିଥିବା ଲଲିପପ୍ ଦେଇଥିଲେ। ସେଥିରେ କିଛି ମିଶା ଯାଇଥିବାରୁ ଆଜି ସକାଳେ ହଠାତ ତାର ମୃତ୍ୟୁ ଘଟିଛି। ଏ ନେଇ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୋକାନ ମାଲିକକୁ ଅଟକ ରଖି ପଚାର ଉଚରା କରୁଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
