Advertisment

ଲଲିପପ୍ ଖାଇ ୮ ବର୍ଷର ନାବାଳକ ମୃତ, ଦୋକାନୀ ଅଟକ

ମୋହନା(ଓଡ଼ିଶା ରିପୋର୍ଟର): ଲଲିପପ୍ ଖାଇ ୮ ବର୍ଷର ନାବାଳକ ମୃତ। ଗଜପତି ଜିଲ୍ଲା ମୋହନା ଥାନା ଡ଼ିମ୍ବିରିଖୋଳି ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣକ ବାସୁଦେବ ଶବରଙ୍କ ୮ ବର୍ଷର ପୁଅ ବୈକୁଣ୍ଠ ଶବର। ଏନେଇ ମୋହନା ଥାନାରେ ଅଭିଯୋଗ ପରେ ପୁଲିସ ଲଲିପପ୍ ଦେଇଥିବା ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି। ମୃତ ଶିଶୁର ମା ପ୍ରମିଳା ଶବରଙ୍କ ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟାରେ ଗାଁର କିଶୋର ଦଳବେହେରାଙ୍କ ଦୋକାନକୁ ଲଲିପପ କିଣିବାକୁ ଯାଇଥିଲା […]

ଅଦ୍ୟତନ ହୋଇଛି
ଲଲିପପ୍ ଖାଇ ୮ ବର୍ଷର ନାବାଳକ ମୃତ, ଦୋକାନୀ ଅଟକ

lali

Advertisment

ମୋହନା(ଓଡ଼ିଶା ରିପୋର୍ଟର): ଲଲିପପ୍ ଖାଇ ୮ ବର୍ଷର ନାବାଳକ ମୃତ। ଗଜପତି ଜିଲ୍ଲା ମୋହନା ଥାନା ଡ଼ିମ୍ବିରିଖୋଳି ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣକ ବାସୁଦେବ ଶବରଙ୍କ ୮ ବର୍ଷର ପୁଅ ବୈକୁଣ୍ଠ ଶବର। ଏନେଇ ମୋହନା ଥାନାରେ ଅଭିଯୋଗ ପରେ ପୁଲିସ ଲଲିପପ୍ ଦେଇଥିବା ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୃତ ଶିଶୁର ମା ପ୍ରମିଳା ଶବରଙ୍କ ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟାରେ ଗାଁର କିଶୋର ଦଳବେହେରାଙ୍କ ଦୋକାନକୁ ଲଲିପପ କିଣିବାକୁ ଯାଇଥିଲା ପୁଅ।ଦୋକାନ ମାଲିକ ତାଙ୍କ ପୁଅକୁ ଡାକି ନେଇ ଘରେ ରଖିଥିବା ଲଲିପପ୍ ଦେଇଥିଲେ। ସେଥିରେ କିଛି ମିଶା ଯାଇଥିବାରୁ ଆଜି ସକାଳେ ହଠାତ ତାର ମୃତ୍ୟୁ ଘଟିଛି। ଏ ନେଇ ବାପା  ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗାଁରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୋକାନ ମାଲିକକୁ ଅଟକ ରଖି ପଚାର ଉଚରା କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe