Advertisment

ବଜ୍ରପାତ; ୨ ମୃତ ଓ ୭ ଆହତ

ରାୟଗଡ଼ା/ଜୟପୁର(ଓଡ଼ିଶା ରିପୋର୍ଟର): ବଜ୍ରପାତ ଯୋଗୁ ରାୟଗଡ଼ା ଓ ଜୟପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ମାଙ୍କଡ଼ଝୋଲା ଗାଁରେ ହୋଇଥିବା ବଜ୍ରପାତରେ ଅଭାବନୀୟ ଘଟଣା ଘଟିଛି। ସପରିବାର ଗଛମୂଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି। ଯେତେବେଳେ କି ଜଣେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ମୃତାହତଙ୍କ ମା’ ଓ ବାପାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ମୃତକ ଜଣକ ମାଙ୍କଡ଼ଝୋଲା ଗାଁର […]

author-image
Niranjan Mishra
ଅଦ୍ୟତନ ହୋଇଛି
ବଜ୍ରପାତ; ୨ ମୃତ ଓ ୭ ଆହତ

lightning

ରାୟଗଡ଼ା/ଜୟପୁର(ଓଡ଼ିଶା ରିପୋର୍ଟର): ବଜ୍ରପାତ ଯୋଗୁ ରାୟଗଡ଼ା ଓ ଜୟପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

Advertisment

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ମାଙ୍କଡ଼ଝୋଲା ଗାଁରେ ହୋଇଥିବା ବଜ୍ରପାତରେ ଅଭାବନୀୟ ଘଟଣା ଘଟିଛି। ସପରିବାର ଗଛମୂଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି। ଯେତେବେଳେ କି ଜଣେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ମୃତାହତଙ୍କ ମା’ ଓ ବାପାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ମୃତକ ଜଣକ ମାଙ୍କଡ଼ଝୋଲା ଗାଁର ଆମରି ମାଝିଙ୍କ ପୁଅ ଆକାଶ ମାଝି(୬) ଓ ଆହତ ଝିଅ ବୈଶାଳୀ ମାଝି (୧୩)। ଝିଅକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବଜ୍ରପାତରେ ଆମରି ମାଝି ଓ ତାଙ୍କ ସ୍ତ୍ରୀ ଜିରିମେ ମାଝି ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। କିଛି ସମୟ ପରେ ଉଭୟ ଚେତା ଫେରିପାଇଥିଲେ। ତେବେ ସନ୍ତାନ ବିୟୋଗରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି।

ସୂଚନାନୁଯାୟୀ, ଆମରି ମାଝି ବଙ୍କାମ ଗ୍ରାମପଞ୍ଚାୟତର ମାଙ୍କଡ଼ଝୋଲା ଗ୍ରାମରେ ସପରିବାର ରୁହନ୍ତି। ଘରଠାରୁ ଅଳ୍ପ ଦୂରରେ ତାଙ୍କର ଚାଷ ଜମି ରହିଛି। ନିତିଦିନ ଭଳି ଆଜି ମଧ୍ୟ ସେ ତାଙ୍କ ସପରିବାର ସହ ଜମିକୁ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଅଚାନକ ଘଡ଼ଘଡ଼ି ସହ ବର୍ଷାପବନ ଆସିବା ଦେଖି ସପରିବାର ଘରକୁ ଫେରିଆସୁଥିଲେ। ହେଲେ ବାଟରେ ବର୍ଷା ହେବାରୁ ସମସ୍ତେ ରାସ୍ତା ପାର୍ଶ୍ୱ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ ଆମ୍ବ ଗଛ ଉପରେ ବିଜୁଳି ପଡିଯାଇଥିଲା। ଏଥିରେ ପରିବାରର ସମସ୍ତ ୪ ଜଣ ସଦସ୍ୟ ଅଚେତ ହେଇଯାଇଥିଲେ। କିନ୍ତୁ କୌଣସି ପ୍ରକାରରେ ଆମରି ଓ ତାଙ୍କ ସ୍ତ୍ରୀଙ୍କ ଚେତା ଫେରିଥିଲା। ହେଲେ ପୁଅ ଆକାଶ ଓ ଝିଅ ବୈଶାଳୀର ଚେତା ଫେରି ନ ଥିଲା। ଆମରି କୌଣସି ପ୍ରକାର ଗାଁ ଲୋକଙ୍କ ସହାୟତାରେ ପୁଅ ଓ ଝିଅଙ୍କୁ ପ୍ରଥମେ ଟିକିରି ଉପ-ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ପୁଅ ଓ ଝିଅର ଚେତା ନ ଫେରିବାରୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।

Advertisment

ସେହିପରି ଜୟପୁର ଅନ୍ତର୍ଗତ କୋଟପାଡ଼ ବ୍ଲକ କୁରୁମାକୋଟ ଗାଁରେ ବଜ୍ରପାତଜନିତ ଅଘଟଣ ଘଟିଛି। ଗାଁ ଦାଣ୍ଡରେ ବସିଥିବା ବେଳେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି। ସୂଚନା ମୁତାବକ ଏମାନେ କାମରୁ ଫେରି ଗୋଟିଏ ସ୍ଥାନରେ ବସି କଥା ହେବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସମସ୍ତେ ସଂଜ୍ଞାହୀନ ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।