Advertisment

Elephant Attack: ଶୌଚ ଯାଇଥିବା ବେଳେ ମାରି ଦେଲା ହାତୀ

ବରଗଡ଼ର ଅତାବିରା ବ୍ଲକ ଅନ୍ଧାରିପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ବେଣୁଧର ଛୁରିଆ। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କ ଘର ଅନ୍ଧାରପାଲି ଗାଁରେ।

Elephant
Advertisment

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ଧାରିପାଲି ଗାଁରେ ସୋମବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ବେଣୁଧର ଛୁରିଆ। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କ ଘର ଅନ୍ଧାରପାଲି ଗାଁରେ। ବେଣୁଧର ଶୌଚ ପାଇଁ ଯାଇଥିବା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ହାତୀ ଦଳି ଦେଇଥିଲା ହାତୀ। 

Advertisment

ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରୁ ହାତୀଟିକୁ ତଡ଼ିବାକୁ ଉଦ୍ୟମ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। 

ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଗୋଳ ଜିଲ୍ଲାର ଅନୁଗୋଳ ରେଞ୍ଜ କରତପଟା ସେକ୍ସନ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଉଛନ୍ତି ହିଂସାଲୋଇ ଗ୍ରାମର ନରୋତ୍ତମ ମାଟିଆରି। ସେ କୁରୁଡୁ ଗାଁକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଆଉ ଫେରିଥିଲେ। ଘର ଲୋକେ ବହୁ ଖୋଜା ଖୋଜି ପରେ ନ ପାଇବାରୁ ଶେଷରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଜଙ୍ଗଲ ରାସ୍ତାରେ ଖୋଜିବା ସମୟରେ ନରୋତ୍ତମଙ୍କୁ ଠାବ କରିଥିଲା। ତାଙ୍କୁ ହାତୀ ଦଳି ଦେଇଥିଲା। ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Advertisment

ଏହା ପୂର୍ବରୁ ମାର୍ଚ୍ଚ ୨  ଓ ୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। 

ସୂଚନାଯୋଗ୍ୟ, ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି।  ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ତା’ ସହିତ ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ଏଥର ବଜେଟ୍ ଅଧିବେଶନରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଲିଖିତ ଉତ୍ତର ଦେଇଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe