/odisha-reporter/media/post_attachments/uploads/2020/06/Road-Traffic-Accident-ooo.jpg)
accident
ଯାଜପୁର (ଗୁଲାମ ଗସ): ଏକ ଆଇରନ୍ ବୋଝେଇ ଟ୍ରକ୍କୁ ଧକ୍କା ଦେବା ପରେ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବାରବାଟୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ମୃତ ବ୍ୟକ୍ତିଙ୍କ ନାଁ ଅମୂଲ୍ୟ ସେଠୀ। ତାଙ୍କ ଘର କୁଆଖିଆ ଥାନା ପ୍ରଥମାଖଣ୍ଡି ଗାଁରେ। ସେ ଜଣେ ଚାଷୀ। ପରିବାର ବିକିବା ପାଇଁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ସେହିପରି ଦୁଇ ଆହତ ହେଲେ ବୀରବର ସାହୁ ଓ ବିଭୀଷଣ ଦାସ। ବୀରବରଙ୍କ ଘର ଢେଙ୍କନାଳ ଜିଲ୍ଲା ପିଙ୍ଗୁଆରେ ହୋଇଥିବା ବେଳେ ବିଭୀଷଣଙ୍କ ଘର କୁଆଖିଆ ଥାନା ସର୍ବଣା ଗାଁରେ। ଏମାନେ ପରିବା ବେପାରୀ ଓ ଏଠାକୁ ପରିବା କିଣିବାକୁ ଆସିଥିବା ସୂଚନା ମିଳିଛି।
ଧର୍ମଶାଳା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା ଓ ଡାକ୍ତରଖାନା ପଠାଇଥିଲା। ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
