ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗାଁରେ ଗତକାଲି ଜଣେ ବୃଦ୍ଧାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଜଣାଯାଇଛି। ଲୁଟ୍ କରିବାକୁ ଆସିଥିବା ୪ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗାଁ ଲୋକ ପୁଲିସ୍ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ତାଳବରକୋଟ ଗାଁର ଉର୍ମିଳା ବିଶ୍ଵାଳ ନାମ୍ନୀ ବୟସ୍କା ମହିଳା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗତକାଲି ରାତିରେ ୪ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ଡକାୟତମାନେ ଘରେ ପଶିବା ବେଳେ ମହିଳା ଜଣକ ନିଜ ଜ୍ଵାଇଁଙ୍କ ସହ ଫୋନ ଯୋଗେ କଥା ହେଉଥିଲେ। ଫୋନ ଅନ୍ ଥିବାରୁ ନିଜ ଶାଶୁଙ୍କର ଚିତ୍କାର ଶୁଣି ତାଙ୍କ ଜ୍ୱାଇଁ ଗାଁର ଅନ୍ୟ ଯୁବକଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।
ଏହାପରେ ଗାଁର କିଛି ଯୁବକ ଏକାଠି ହୋଇ ମହିଳାଙ୍କ ଘରକୁ ଯାଇ ଜଣେ ଡକାୟତକୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି। ଅନ୍ୟ ତିନି ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ମହିଳାଙ୍କର କିଛି ସୁନା ଓ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବସ୍ତିରେ ପଶିଲା ପୁଲିସ୍; ୧୧୪ ପୁଡିଆ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ
ମୀନାପଡା ସହ ଆଖପାଖ ଅଞ୍ଚଳରେ ଗଂଜେଇ ଓ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ପୁଲିସ୍ ବହୁ ପୂର୍ବରୁ ସୂଚନା ପାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।
Crime
ଫାଇନାନ୍ସ ଅଫିସ୍ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ
ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ।
Crime
ରାତି ଅଧରେ ଭାଇଭଉଣୀଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର
ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
Politics
ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ହରି ବାବୁ କମ୍ଭମ୍ପତି
ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍ରେ ହରି ବାବୁ କମ୍ଭମ୍ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ ।
Miscellaneous
ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଚାରି ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ
ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇଦିଆଯାଇଛି।