Advertisment

ଲୁଟିବାକୁ ଆସିଥିଲେ ୪, ଧରା ପଡ଼ିଗଲା ଜଣେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗାଁରେ ଗତକାଲି ଜଣେ ବୃଦ୍ଧାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଜଣାଯାଇଛି। ଲୁଟ୍‌ କରିବାକୁ ଆସିଥିବା ୪ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗାଁ ଲୋକ ପୁଲିସ୍‌ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ,  ତାଳବରକୋଟ ଗାଁର ଉର୍ମିଳା ବିଶ୍ଵାଳ ନାମ୍ନୀ ବୟସ୍କା ମହିଳା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗତକାଲି ରାତିରେ  ୪ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ଡକାୟତମାନେ […]

ଲୁଟିବାକୁ ଆସିଥିଲେ ୪, ଧରା ପଡ଼ିଗଲା ଜଣେ

loot-1

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗାଁରେ ଗତକାଲି ଜଣେ ବୃଦ୍ଧାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଜଣାଯାଇଛି। ଲୁଟ୍‌ କରିବାକୁ ଆସିଥିବା ୪ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗାଁ ଲୋକ ପୁଲିସ୍‌ ଜିମା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ,  ତାଳବରକୋଟ ଗାଁର ଉର୍ମିଳା ବିଶ୍ଵାଳ ନାମ୍ନୀ ବୟସ୍କା ମହିଳା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗତକାଲି ରାତିରେ  ୪ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ଡକାୟତମାନେ ଘରେ ପଶିବା ବେଳେ ମହିଳା ଜଣକ ନିଜ ଜ୍ଵାଇଁଙ୍କ ସହ ଫୋନ ଯୋଗେ କଥା ହେଉଥିଲେ। ଫୋନ ଅନ୍ ଥିବାରୁ ନିଜ ଶାଶୁଙ୍କର ଚିତ୍କାର ଶୁଣି ତାଙ୍କ ଜ୍ୱାଇଁ ଗାଁର ଅନ୍ୟ ଯୁବକଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।

ଏହାପରେ ଗାଁର କିଛି ଯୁବକ ଏକାଠି ହୋଇ ମହିଳାଙ୍କ ଘରକୁ ଯାଇ ଜଣେ ଡକାୟତକୁ କାବୁ କରି  ପୁଲିସ୍‌ ଜିମା ଦେଇଛନ୍ତି। ଅନ୍ୟ ତିନି ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ମହିଳାଙ୍କର କିଛି ସୁନା ଓ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe