Advertisment

ନିଲମ୍ବିତ ବଡ଼ଚଣା ଆଇଆଇସିଙ୍କ ନାଁରେ ପୁଣି ମାମଲା; ସେବାୟତ ଅଟକ

ଯାଜପୁର/ପୁରୀ(ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ନିଲମ୍ବିତ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନା  ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଆଇଆଇସିଙ୍କ ବିରୋଧରେ ଆଇପିସିର ଧାରା ୧୭୧, ୧୬୬/୧୬୬(ଏ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଗାଡ଼ିରେ ପୁଲିସ ବତୀ ଲଗାଇଥିବାରୁ ଏହି ମାମଲା ରୁଜୁ ହୋଇଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଇଆଇସି  ଏବଂ […]

ଅଦ୍ୟତନ ହୋଇଛି
ନିଲମ୍ବିତ ବଡ଼ଚଣା ଆଇଆଇସିଙ୍କ ନାଁରେ ପୁଣି ମାମଲା; ସେବାୟତ ଅଟକ

jajpur

Advertisment

ଯାଜପୁର/ପୁରୀ(ଓଡ଼ିଶା ରିପୋର୍ଟର): କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ନିଲମ୍ବିତ ହୋଇଥିବା ଯାଜପୁର ଜିଲ୍ଲା ବଡ଼ଚଣା ଥାନା  ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଆଇଆଇସିଙ୍କ ବିରୋଧରେ ଆଇପିସିର ଧାରା ୧୭୧, ୧୬୬/୧୬୬(ଏ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଗାଡ଼ିରେ ପୁଲିସ ବତୀ ଲଗାଇଥିବାରୁ ଏହି ମାମଲା ରୁଜୁ ହୋଇଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଆଇଆଇସି  ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ  ଶ୍ରୀମନ୍ଦିରକୁ ପ୍ରବେଶ ସହାୟତା  କରିଥିବା ଅଭିଯୋଗରେ ସେବାୟତ ଶ୍ୟାମସୁନ୍ଦର ପୂଜାପଣ୍ଡାଙ୍କୁ ସିଂହଦ୍ୱାର ଥାନାରେ  ଅଟକ ରଖାଯାଇଛି। ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପୁଲିସ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, କରୋନା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଏପ୍ରିଲ୍ ୧୯ ତାରିଖରେ ଆଇଆଇସି ଦୀପକ ଜେନା ତାଙ୍କ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଡ୍ୟୁଟିରେ ଥିବା ହାବିଲଦାରଙ୍କ ବାରଣ ସତ୍ତ୍ୱେ ଦକ୍ଷିଣ ଦ୍ୱାର ଦେଇ ସେ  ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Advertisment

ଏହି ଅଭିଯୋଗ ଆସିବା ପରେ ଡିଜିପି ଅଭୟ ଗତକାଲି ଆଇଆଇସି ଦୀପକଙ୍କୁ ସସପେଣ୍ଡ କରିଥିଲେ। ପୁରୀ ସିଂହଦ୍ୱାର ଥାନାରେ ବି ଆଇଆଇସିଙ୍କ ନାଁରେ ମାମଲା ରୁଜୁ ହୋଇଛି, ତଦନ୍ତ ବି ଆରମ୍ଭ ହୋଇଛି। ଏଥିସହ ଆଇଆଇସି ଏକ ଚୋରି ଗାଡ଼ିରେ ପୁରୀ ଯାଇଥିବା ଜଣାପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe